ଗ୍ରାହକଙ୍କ ପାଇଁ ଖୁସି ଖବର: ଭାରତୀୟ ବଜାରରେ କମିଲା ସୁନା ଦର
ଗ୍ରାହକଙ୍କ ପାଇଁ ଖୁସି ଖବର । କମିଲା ସୁନା ଦର । ଆଗକୁ ବିବାହ ଋତୁ ଥିବାବେଳେ ସୁନା ଦରରେ ହ୍ରାସ ଘଟିବା ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଦେଇଛି । ପୂର୍ବରୁ ଧନତେରସ ଥିବାବେଳେ ସେହି ସମୟରେ ଏହି ଦରବୃଦ୍ଧି ଘଟିଥିଲା । ବର୍ତ୍ତମାନ ୨୪ କ୍ୟାରେଟ ସୁନା ଦର ଖସି ୧୦ ଗ୍ରାମ ପିଛା ଦର ୭୮୫୦୦ରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ଦର ହ୍ରାସ ପାଇ ୧୦ ଗ୍ରାମ ପିଛା ୭୨ ହଜାର ଟଙ୍କା ରହିଛି। ଗତ କିଛି ଦିନ ଧରି ବଢି ଚାଲିଥିଲା ସୁନା ଦର। ଦୀପାବଳିରେ ସୁନା ଦର ବୃଦ୍ଧି ପାଇ ୮୨ ହଜାର ପାର କରିଥିଲା। ଏବେ ଦରବୃଦ୍ଧି ଉପରେ ସାମୟିକ ଭାବେ ଲାଗିଛି ବ୍ରେକ।
ସେହିପରି ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୦୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୫୬୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୨,୦୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୮,୫୬୦ ଟଙ୍କା ହୋଇଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୨,୦୦୦ ଟଙ୍କା ଓ ୭୮,୫୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୨,୧୫୦ ଟଙ୍କା ଓ ୭୮ , ୭୧୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୨,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୮,୬୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୨,୦୦୦ ଟଙ୍କା ଓ ୭୮,୫୬୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୩,୦୦୦ ହଜାର ଟଙ୍କା ହୋଇଛି ।