ଆହୁରି କମିଲା ସୁନାଦର, ଦୋକାନରେ ଖଚାଖଚ୍‌ ଭିଡ

ସୁନା କୁଣିବାକୁ ଚାହୁଁଛନ୍ତି କି? ତା’ହେଲେ ଡେରି କାହିଁକି । ଶୀଘ୍ର ଯାଇ ସୁନା କିଣି ଆଣନ୍ତୁ । କାରଣ ସୁନା ଦର କମିଛି। ସୁନା ଓ ରୂପା ଉପରେ କଷ୍ଟମ ଶୁଳ୍କ ହ୍ରାସ କରିବାକୁ ସରକାର ବଜେଟରେ ଘୋଷଣା କରିଥିବାରୁ ଏହି ମୂଲ୍ୟବାନ ଧାତୁର ମୂଲ୍ୟ ଆଜି ହ୍ରାସ ପାଇଛି। ଯାହା ବିଶେଷ କରି ମହିଳାମାନଙ୍କ ପାଇଁ ଖୁସି ଆଣିଦେଇଛି । ଏନେଇ ରାଜ୍ୟର ବିଭିନ୍ନ ଜୁଏଲାରୀ ଦୋକାନରେ ସୁନା କିଣିବା ପାଇଁ ଗ୍ରାହକଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି । ସୁନା ଦର କମିଥିବା ବେଳେ ଆଗକୁ ଆସୁଥିବା ଉତ୍ସବକୁ ନେଇ ରାଜଧାନୀବାସୀ ସୁନା କିଣିବା ପାଇଁ ଦୋକାନରେ ଭିଡ ଲଗାଇଛନ୍ତି । ସୁନା ଦର ହ୍ରାସକୁ ନେଇ ରାଜଧାନୀର ବିଭିନ୍ନ ସୁନା ଦୋକାନରେ ବି ଭିଡ ଲାଗିଛି । ବିଶେଷ କରି ସୁନାର କମିଥିବା ଦାମକୁ ନେଇ ଲୋକେ ବେଶ ପ୍ରଭାବିତ ହୋଇ ଆବଶ୍ୟକ ମୁତାବକ ସୁନା କିଣୁଥିବା ଦେଖିବାକୁ ମିଳିଛି ।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୯ହଜାର ୮୨୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୬୪ ହଜାର ୪୦୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୪,୪୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୯,୮୨୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୪,୦୦୦ ଟଙ୍କା ଓ ୬୯,୮୨୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୪,୧୫୦ ଟଙ୍କା ଓ ୬୯,୯୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୪,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୦,୧୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୪,୦୦୦ ଟଙ୍କା ଓ ୬୯,୮୨୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୮୪,୫୦୦ ଟଙ୍କା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like