କମିଛି ସୁନା ଦର, ଜାଣନ୍ତୁ ଦଶ ଗ୍ରାମ ପ୍ରତି କେତେ ରହିଛି ଦର
ଗତ କିଛି ଦିନ ଧରି ବଢି ଚାଲିଥିଲା ସୁନା ଦର । ଦୀପାବଳିରେ ସୁନା ଦର ବୃଦ୍ଧି ପାଇ ୮୨ ହଜାର ପାର କରିଥିଲା । ଏବେ ଦରବୃଦ୍ଧି ଉପରେ ସାମୟିକ ଭାବେ ଲାଗିଛି ବ୍ରେକ । ସେହିପରି ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୭୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୯ ହଜାର ୩୬୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୨,୭୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୯,୩୬୦ ଟଙ୍କା ହୋଇଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୨,୭୫୦ଟଙ୍କା ଓ ୭୯,୩୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୨,୭୫୦ ଟଙ୍କା ଓ ୭୯ , ୩୬୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୨,୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୯,୩୬୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୨,୭୫୦ ଟଙ୍କା ଓ ୭୯,୩୬୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୪,୦୦୦ ହଜାର ଟଙ୍କା ହୋଇଛି ।