ଶୀଘ୍ର ଯାଇ ସୁନା କିଣି ଆଣନ୍ତୁ ସୁନା, କମିଛି ଦର

ସୁନା କୁଣିବାକୁ ଚାହୁଁଛନ୍ତି କି? ତା’ହେଲେ ଡେରି କାହିଁକି । ଶୀଘ୍ର ଯାଇ ସୁନା କିଣି ଆଣନ୍ତୁ । କାରଣ ସୁନା ଦର କମିଛି। ସୁନା ଓ ରୂପା ଉପରେ କଷ୍ଟମ ଶୁଳ୍କ ହ୍ରାସ କରିବାକୁ ସରକାର ବଜେଟରେ ଘୋଷଣା କରିଥିବାରୁ ଏହି ମୂଲ୍ୟବାନ ଧାତୁର ମୂଲ୍ୟ ଆଜି ହ୍ରାସ ପାଇଛି। ଏକାଥରେ ୪ ହଜାରରୁ ଅଧିକ ଟଙ୍କା ହ୍ରାସ ଘଟିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୦ ହଜାର ୮୬୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୬୪ ହଜାର ୯୫୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୪,୯୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୦,୮୬୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୪,୯୫୦ ଟଙ୍କା ଓ ୭୦,୮୬୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୫,୦୯୦ ଟଙ୍କା ଓ ୭୧,୦୧୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୪,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୦,୮୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୪,୯୫୦ ଟଙ୍କା ଓ ୭୦,୮୬୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୮୭,୫୦୦ ଟଙ୍କା ହୋଇଛି।