ପୁଣି ବଢ଼ିଲା ସୁନା ଦର; ଚେକ୍ କରନ୍ତୁ ଭୁବନେଶ୍ବର ମୂଲ୍ୟ

ବଢ଼ିଲା ସୁନା ଦର ।  ଆଜି ଭାରତୀୟ ବଜାରରେ ସୁନା ଦର ୨୪କ୍ୟାରେଟ୍ ରେ ୧୬୦ ଟଙ୍କା ଏବଂ ୨୨କ୍ୟାରେଟ୍ ରେ ୧୫୦ ଟଙ୍କା ବୃଦ୍ଧି ହୋଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୧ ହଜାର ୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୦୦୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୧, ୫୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୮,୦୦୦ ଟଙ୍କା ଥିଲା ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୧,୫୦୦ ଟଙ୍କା ଓ ୭୮,୦୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୧,୬୫୦ ଟଙ୍କା ଓ ୭୮, ୧୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୧,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୮,୦୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୧,୫୦୦ ଟଙ୍କା ଓ ୭୭, ୦୦୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୨,୫୦୦ ହଜାର ଟଙ୍କା ହୋଇଛି ।