ଲକ୍ଷେ ମୁହାଁ ସୁନା ଦର, ଅହେତୁକ ବୃଦ୍ଧି ପାଇଁ ଗ୍ରାହକ ଚିନ୍ତାରେ

ଟେନସନ ବଢ଼ାଇ ଚାଲିଛି ସୁନା ଦର । ୧୦ ଦିନ ହେଲା ହୁ ହୁ ହୋଇ ବଢ଼ୁଛି ରେଟ। ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ସରକାର ବଜେଟ୍ ଘୋଷଣା କରିବା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଓ ଚୀନ୍ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦରରେ ନିଆଁ ଲାଗିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ରେକର୍ଡ ୮୬ହଜାର ୬୭୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୪୫୦ଟଙ୍କା ଛୁଇଁଛି । ଇଣ୍ଟରନ୍ୟାସନାଲ ମାର୍କେଟରେ ଦରବୃଦ୍ଧି ଓଡ଼ିଶା ମାର୍କେଟରେ ପ୍ରଭାବ ପଡିଛି । ଏଭଳି ଦରବୃଦ୍ଧି ହେଲେ ଖୁବଶୀଘ୍ର ସୁନା ଦର ୧ଲକ୍ଷ ଛୁଇଁବ ବୋଲି ଆଶଙ୍କା କରୁଛନ୍ତି ବ୍ୟବସାୟୀ ।

ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୯, ୪୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୬ ,୬୬୦ ଟଙ୍କା ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୯,୪୫୦ ଟଙ୍କା ଓ ୮୬,୬୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୯, ୬୦୦ ଟଙ୍କା ଓ ୮୬, ୮୨୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୯,୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୬, ୬୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୯,୪୫୦ ଟଙ୍କା ଓ ୮୬,୬୭୦ ଟଙ୍କା ରହିଛି । ସେହିପରି ରୁପା ୯୬, ୫୦୦ ଟଙ୍କାରେ ପହଞ୍ଚିଛି ।

ଆହୁରି ପଢନ୍ତୁ : ମହଙ୍ଗା ହେଲା KTM ର ଏହି ଦମଦାର୍ ବାଇକ୍, ଜାଣନ୍ତୁ ଡିଟେଲ୍ସ