ଭାଙ୍ଗିଲା ରେକର୍ଡ । ଭାରତୀୟ ବଜାରରେ ୮୬ହଜାର ପାର୍ କଲା ସୁନା ଦର। ସୁନା ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ରେକର୍ଡ ୮୬ହଜାର ୨୪୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୦୫୦ଟଙ୍କା ଛୁଇଁଛି । ୪ ଦିନରେ ୬୮୦୦ ଟଙ୍କା ମହଙ୍ଗା ହୋଇଛି। ସେହିପରି ରୁପା ୯୯, ୫୦୦ ଟଙ୍କାରେ ପହଞ୍ଚିଛି । ଇଣ୍ଟରନ୍ୟାସନାଲ ମାର୍କେଟରେ ଦରବୃଦ୍ଧି ଓଡ଼ିଶା ମାର୍କେଟରେ ପ୍ରଭାବ ପଡିଛି । ଏଭଳି ଦରବୃଦ୍ଧି ହେଲେ ଖୁବଶୀଘ୍ର ସୁନା ଦର ୧ଲକ୍ଷ ଛୁଇଁବ ବୋଲି ଆଶଙ୍କା କରୁଛନ୍ତି ବ୍ୟବସାୟୀ ।
ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୯, ୦୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୬ ,୨୪୦ ଟଙ୍କା ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୯,୦୫୦ ଟଙ୍କା ଓ ୮୬,୨୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୯, ୨୦୦ ଟଙ୍କା ଓ ୮୬, ୩୯୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୯,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୬, ୨୪୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୯,୦୫୦ ଟଙ୍କା ଓ ୮୬,୨୪୦ ଟଙ୍କା ରହିଛି ।
ଆହୁରି ପଢନ୍ତୁ : ଶସ୍ତା ହେଲା ଦେଶର ନମ୍ବର-1 SUV, 5- ଷ୍ଟାର୍ ସେଫ୍ଟି ରେଟିଂ ସହିତ ଏହି କାରରେ ମିଳିବ ଦମଦାର୍ ଫିଚର୍ସ