ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ସୁନା ଦର !

ଅନ୍ତରାଷ୍ଟ୍ରୀୟ ସ୍ତର ଉପରେ ଆସିଥିବା ହ୍ରାସ ଏବଂ ଘରୋଇ ବଜାରରେ ଡିମାଣ୍ଡ ହ୍ରାସ ହେବା କାରଣରୁୁ ସୁନା ଦର କମିଥିବା ନଜର ଆସିଛି। ରାଷ୍ଟ୍ରୀୟ ରାଜଧାନୀ ସର୍ରଫା ବଜାରରେ ସୁନା ଦର ୧୬୩ ଟଙ୍କା ଶସ୍ତା ହୋଇ ୩୬,୮୦୭ ପ୍ରତି ୧୦ ଗ୍ରାମ ପିଛା ରହିଛି। ସେହିପରି ରୂପା ଦର ମଧ୍ୟ ୮୦ ଟଙ୍କା ହ୍ରାସ ପାଇ ୪୩,୦୨୦ ଟଙ୍କା ପ୍ରତି କିଲୋ ରହିଛି।

କାହିଁକି ଶସ୍ତା ହେଲା ସୁନା ଦର

ବ୍ୟବସାୟୀ କହିଛନ୍ତି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦର ହ୍ରାସ ପାଇଛି। ଏହାସହିତ ଘରୋଇ ବଜାରରେ ଦାମ ବଢ଼ିବା କାରଣରୁ ଚାହିଦା କମିଛି। ଏଥିପାଇଁ ଗତକାଲି ସର୍ରଫା ବଜାରରେ ସୁନା ଦର କମିଥିଲା। ବୈଶିକ ସ୍ତର ଉପରେ ନ୍ୟୁୟର୍କରେ ସୁନା ମୂଲ୍ୟ ମାମୁଲି ରୂପରେ ହ୍ରାସ ପାଇ ୧,୪୬୨.୫୦ ଡଲାର ଏବଂ ଚାନ୍ଦି ଦର କମ୍‌ ହୋଇ ୧୬.୪୩ ଡଲାର ପ୍ରତି ଆଉନ୍ସ ରହିଛି।

ସେହିପରି ଓଡିଶାର ଭୁବନେଶ୍ୱରରେ ଆଜି ସୁନା ଦର (୨୨ କ୍ୟାରେଟ)ରହିଛି ୩୪,୮୮୦ଟଙ୍କା ପ୍ରତି ୧୦ଗ୍ରାମ ପିଛା। ଏବଂ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ଦାମ ରହିଛି ୩୮,୦୫୦ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.