ମହଙ୍ଗା ହେଉଛି ସୁନା ଦର, ଚଳିତ ବର୍ଷ ଦୀପାବଳି ସୁଦ୍ଧା ଛୁଇଁପାରେ ୧ ଲକ୍ଷ ଟଙ୍କା

ଗତ ଦୁଇ ସପ୍ତାହ ଧରି ଘରୋଇ ବଜାରରେ ସୁନାର ମୂଲ୍ୟ କ୍ରମାଗତ ଭାେବ ବୃଦ୍ଧି ପାଇବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଦେଖିବାକୁ ମିଳିପାରେ । ଏପରିକି ଚଳିତବର୍ଷ ଦୀପାବଳି ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ଛୁଇଁଯାଇପାରେ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪ ହଜାର ୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୧ ହଜାର ୨୩୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୪, ୫୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୧ , ୨୩୦ ଟଙ୍କା ରହିଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୪,୫୦୦ ଟଙ୍କା ଓ ୮୧, ୨୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୪,୬୫୦ ଟଙ୍କା ଓ ୮୧, ୩୮୦ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୪,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୧, ୨୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୪,୫୦୦ ଟଙ୍କା ଓ ୮୧,୨୩୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୬,୦୦୦ ହଜାର ଟଙ୍କା ହୋଇଛି ।

 

Also Read:  ଲଞ୍ଚ ହେଲା ଦୁନିଆର ପ୍ରଥମ ସୋଲାର୍ କାର୍, କମ୍ ଦାମରେ ମିଳିବ ବଢିଆ ଫିଚର୍ସ

You might also like