ଧାଏଁ ଧାଏଁ ବଢୁଛି ସୁନା ଦର, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ସୁନା ଦର ବୃଦ୍ଧି ଅଳଙ୍କାର ପ୍ରିୟ ଲୋକଙ୍କ ପାଇଁ ଏକ ବିରାଟ ସମସ୍ୟା ହୋଇ ଛିଡ଼ା ହୋଇଛି । ସାରା ବିଶ୍ବରେ ବଢ଼ି ବଢ଼ି ଚାଲିଛି ସୁନା ଦର । ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ମୂଲ୍ୟ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୩୮୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦, ୧୦୦ ଟଙ୍କା ଛୁଇଁଛି ।

ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୭ ହଜାର ୩୮୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୦,୧୦୦ ଟଙ୍କା ଓ ୮୭,୩୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦, ୨୫୦ ଟଙ୍କା ଓ ୮୭, ୫୩୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୦,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୭, ୩୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୦,୧୦୦ ଓ ୮୭,୩୮୦ ଟଙ୍କା ରହିଛି ।  ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୯୭,୦୦୦ ଟଙ୍କା ହୋଇଛି ।

 

ଆହୁରି ପଢନ୍ତୁ :  ଦମଦାର୍ ମାଇଲେଜ୍ ସହିତ ଫିଚର୍ସ ମଧ୍ୟ ଜବରଦସ୍ତ, ଏହି କାରଗୁଡିକର ପ୍ରାଇସ୍ ରହିଛି ୭ ଲକ୍ଷରୁ କମ୍