ବଜେଟ୍ ପୂର୍ବରୁ ବଢିଛି ସୁନା ଦାମ୍, ଜାଣନ୍ତୁ ଆଜିର ମୂଲ୍ୟ

ଫେବୃଆରୀ ୧ ଅର୍ଥାତ୍ ଶନିବାର ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍ । ବଜେଟ୍ ପୂର୍ବରୁ ବଢିଛି ସୁନା ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୭ ହଜାର ୩୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୮୪ ହଜାର ୩୩୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୭, ୩୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୪ ,୩୩୦ ଟଙ୍କା ରହିଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୭,୩୦୦ ଟଙ୍କା ଓ ୮୪,୩୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୭, ୪୫୦ ଟଙ୍କା ଓ ୮୪, ୪୮୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୭,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୪, ୩୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୭,୩୦୦ ଟଙ୍କା ଓ ୮୪,୩୩୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୯,୫୦୦ ହଜାର ଟଙ୍କା ହୋଇଛି ।
ଆହୁରି ପଢନ୍ତୁ : ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବ Aprilia SR 125 ଏବଂ Aprilia SR 160, ଏହି ଆଡଭାନ୍ସ ଫିଚର୍ସ ସହିତ ହୋଇପାରେ ଲ୍ୟାସ୍