ଭାରତୀୟ ବଜାରରେ ସୁନା ଦାମ୍‌ରେ ଆସିଲା ପରିବର୍ତ୍ତନ, ଜାଣିରଖନ୍ତୁ ଆଜି କେତେ ରହିଛି ଦାମ୍‌

ଲଗାତାର ଦୁଇଦିନ ସୁନା ମୂଲ୍ୟରେ ପରିବର୍ତ୍ତନ ଆସିବା ପରେ ଆଜି ମୂଲ୍ୟ ସ୍ଥିର ରହିଛି। ଲଗାତାର ଦ୍ଵିତୀୟ ଦିନ ପାଇଁ ସୁନା ଦରରେ ହ୍ରାସ ଘଟିଥିବା ଦେଖାଦେଇଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୯୦୦ ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୭, ୭୧୦ ଟଙ୍କାରେ ପହଞ୍ଚିଛି । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୧, ୧୫୦ ଟଙ୍କା ଓ ୪୬,୮୬୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି । ସେପଟେ ଦେଶର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି । ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୮,୪୬୦ଟଙ୍କା ଓ ୪୭,୪୬୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ୪୮,୯୧୦ଟଙ୍କା ଓ ୪୭,୭୧୦ ଟଙ୍କା ଥିବା ଜଣାଯାଇଛି ।

gg

ସେହିପରି ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ୫୧, ୧୫୦ ଟଙ୍କା ଓ ୪୬,୮୬୦ଟଙ୍କା ଥିବା ବେଳେ ପୂର୍ବ ଭାରତ ସହର କୋଲକାତାରେ ୪୯,୮୧୦ ଟଙ୍କା ଓ ୪୮, ୨୩୦ ଟଙ୍କା ଥିବା ରେକର୍ଡ ହୋଇଛି । ଅନ୍ୟପକ୍ଷରେ ସୁନା ପରି ରୂପା ଦରରେ ବି ଏକ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଗତକାଲି ସନ୍ଧ୍ୟା ସୁଦ୍ଧା ରୁପା ଦର କିଲୋଗ୍ରାମ ପ୍ରତି ୧୯୦ ଟଙ୍କା କମି ୫୩,୦୦୦ ଟଙ୍କାରୁ ୫୨,୮୧୦ ଟଙ୍କା ଛୁଇଁଥିବା ଜଣାଯାଇଛି ।

Leave A Reply

Your email address will not be published.