ସୁନା ମୂଲ୍ୟରେ ଆସିଛି ଅତି ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆଜି କେତେ ରହିଛି ଦର

ଶନିବାର ସନ୍ଧ୍ୟା ସୁଦ୍ଧା ସୁନା ଭାରତୀୟ ବଜାରରେ କେତେକ ସ୍ଥାନରେ ସ୍ଥିର ରହିଥିବା ବେଳେ କେତେକ ସ୍ଥାନରେ ସାମାନ୍ୟ ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି । କେତେକ ସ୍ଥାନରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୪୬୦ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧୪୬୦ ଟଙ୍କାରେ ପହଁଚିଥିବା ନେଇ ରେକର୍ଡ ହୋଇଛି । ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ରେକର୍ଡ ହୋଇଛି । ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପାର୍ଟି ୫୦୪୬୦
ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୧୪୬୦ ଟଙ୍କାରେ ସ୍ଥିର ରହିଥିବା ନେଇ ରେକର୍ଡ ହୋଇଛି । ସେପଟେ ରାଜଧାନୀ ଦିଲ୍ଲୀରେ ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ଡର ୫୦ ହଜାର ୦୧୦ ଟଙ୍କା ଓ ୫୪୫୫୦ ଟଙ୍କା ଥିବା ନେଇ ଜଣାଯାଇଛି ।

Gold prices today: Gold jumps Rs 773 on safe-haven appeal | Business News – India TV

ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୨ କ୍ୟାରେଟ ଦର ୪୯୧୩୦ ଟଙ୍କା ଓ ୨୪ କ୍ୟାରେଟ ଦର ୫୩୫୯୦ ଟଙ୍କା ପହଁଚିଥିବା ନେଇ ଜଣାଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ଏହି ମୂଲ୍ୟ ବାନ ଧାତୁ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି । ସହରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯୧୩୦ ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୩୫୯୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି । ଯେବେକି ପୂର୍ବ ଦିନ ଏହି ଦର ଯଥାକ୍ରମେ ୪୯୨୫୦ ଟଙ୍କା ଓ ୫୩୭୩୦ ଟଙ୍କା ଥିବା ନେଇ ରେକର୍ଡ ହୋଇଥିଲା । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୁପା ଦର କିଲୋଗ୍ରାମ ପ୍ରତି ୬୬୩୬୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like