ଦିନକୁ ଦିନ ବଢିଚାଲିଛି ସୁନାଦର, ଭୁବନେଶ୍ୱରରେ ୫୯ ହଜାର ଡେଇଁଲା ଦାମ୍‌

ଦିନକୁ ଦିନ ସୁନା ଦାମ୍‌ ବଢିବାରେ ଲାଗିଛି। ଏମିତିରେ ଜଣେ ସାଧାରଣ ଲୋକ କିପରି ଏହାକୁ କିଣିବ ତାହାକୁ ନେଇ ଚିନ୍ତାରେ। ଝିଅ ବାହାଘର ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ସାଧାରଣ ଲୋକ ସୁନା ଉପହାର ଦେଇଥାନ୍ତି। କିନ୍ତୁ ଦିନକୁ ଦିନ ଏହାର ଦାମ୍‌ ବଢୁଥିବାର ୁ ସାଧାରଣ ଲୋକ ଏହାକୁ ଏବେ କିଣିବାକୁ ପାଖରେ ପଇସା ନାହିଁ।

ଭାରତୀୟ ବଜାରରେ କିଛି କିଛି ସ୍ଥାନରେ ସ୍ଥିର ରହିଥିବା ବେଳେ କିଛି କିଛି ସ୍ଥାନରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଜଣାଯାଇଛି । କିଛି ସ୍ଥାନରେ ସୁନାର ଦାମ୍ ବଢିଥିବା ବେଳେ ଆଉ କେତେକ ସ୍ଥାନରେ ସ୍ଥିର ରହିଛି। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୪, ୮୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ସମାନ ଭାବେ ୫୪, ୮୦୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୯, ୧୪୦ ଟଙ୍କା ଓ ୫୪,୨୧୦ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି ।

gold1

ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ସାମାନ୍ୟ ଧରଣର ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୫, ୧୪୦ ଟଙ୍କା ଓ ୫୪,୫୧୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୫୬, ୦୬୦ ଟଙ୍କା ଓ ୫୪, ୭୧୬୦ ଟଙ୍କା ଥିବା ରେକର୍ଡ ହୋଇଛି । ସେପଟେ ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୯, ୧୪୦ ଟଙ୍କା ଓ ୫୪, ୨୧୦ ଟଙ୍କା ଥିବା ବେଳେ କୋଲକାତା ସହରରେ ଏହି ଦର ୫୬, ୫୧୦ ଟଙ୍କା ଓ ୫୫, ୧୧୦ ଟଙ୍କାରେ ସ୍ଥିର ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.