ସୁନା ମୂଲ୍ୟରେ ଆସିଲା ପରିବର୍ତ୍ତନ, ଜାଣନ୍ତୁ ଆଜି କ’ଣ ରହିଛି ନୂଆ ଦର

ସୋମବାର ଦିନ ସୁନା ମୂଲ୍ୟରେ ମାତ୍ର କିଛିଟା ପରିବର୍ତ୍ତନ ଆସିଛି। ପୂର୍ବରୁ କିଛିଦିନ ପର୍ଯ୍ୟନ୍ତ ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଆସିନଥିଲା। ସୋମବାର ସନ୍ଧ୍ୟା ସୁଦ୍ଧା ସୁନା ମୂଲ୍ୟରେ ୪୨ ଟଙ୍କା କମ୍‌ ହୋଇଥିବା ଜଣାପଡିଛି। ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୦୦୬ ଟଙ୍କା ପ୍ରତି ଗ୍ରାମ ରହିଥିଲା। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବି ଉଭୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୦,୮୫୦ ଟଙ୍କା ଓ ୪୬,୨୪୦ ଟଙ୍କାରେ ସ୍ଥିର ରହିଥିବା ରେକର୍ଡ ହୋଇଛି ।

ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ ବିଶେଷ କିଛି ପରିବର୍ତ୍ତନ ଆସିନାହିଁ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୂର୍ବ ଦିନ ପରି ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୭,୪୬୦ ଟଙ୍କା ଓ ୪୬,୪୬୦ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ବି ୪୮,୩୨୦ ଟଙ୍କା ଓ ୪୭,୧୨୦ ଟଙ୍କାରେ ସ୍ଥିର ରହିଛି ।

gg

ସେହିପରି ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ସହର ଚେନ୍ନାଇରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ୫୦,୫୮୦ ଟଙ୍କା ଓ ୪୬,୨୪୦ ଟଙ୍କା ଥିବା ନେଇ ରେକର୍ଡ ହୋଇଥିବା ବେଳେ ପୂର୍ବ ଭାରତ ସହର କୋଲକାତାରେ ୪୮,୫୬୦ ଟଙ୍କା ଓ ୪୭,୨୬୦ ଟଙ୍କାରେ ସ୍ଥିର ରହିଛି । ସୁନା ପରି ଭାରତ ବଜାରରେ ରୂପା ଦରରେ ବି କୌଣସି ପ୍ରକାର ପରିବର୍ତ୍ତନ ଆସିନାହିଁ । ଶନିବାର ପରି ରବିବାର ମଧ୍ୟ ରୂପା କିଲୋଗ୍ରାମ ପ୍ରତି ୪୮,୫୧୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.