ଦାଉଁ ଦାଉଁ ହୋଇ ଚମକୁଛି ସୁନା, ୯୦ହଜାର ଆଡକୁ ମୁହାଁଇଲାଣି ଦର

ସୁନା ବଜାରରେ ନିଆଁ । ଦାଉଁ ଦାଉଁ ହୋଇ ଚମକୁଛି ସୁନା । ଦିନକୁ ଦିନ ନୂଆ ରେକର୍ଡ ଛୁଇଁ ଚାଲିଛି । ଏବେ ୯୦ହଜାର ଆଡକୁ ମୁହାଁଇଲାଣି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୭୫୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦ ହଜାର ୨୫୦ ଟଙ୍କା ଛୁଇଁଛି ।
ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୭ ହଜାର ୭୫୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୦,୨୫୦ ଟଙ୍କା ଓ ୮୭,୭୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦, ୩୦୦ ଟଙ୍କା ଓ ୮୭, ୫୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୦,୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୭, ୭୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୦,୨୫୦ Watch ଓ ୮୭,୭୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୦, ୪୦୦ ଟଙ୍କା ହୋଇଛି ।
ଆହୁରି ପଢ଼ନ୍ତୁ : ୨ ଲକ୍ଷ EV ସେଲ୍ ହେବା ଖୁସିରେ TATA ଦେଉଛି ବଢିଆ ବୋନସ, ଏହା ସହ ମିଳିବ ଏକ୍ସଚେଞ୍ଜ ଅଫର