କରୋନା ଭାଇରସ୍ ଭୟରେ କାଙ୍ଗାଳ ହେଲା ପାକିସ୍ତାନ, ୯୪ ହଜାର ଟପିଲା ସୁନା ଦର
ନୋଭେଲ କରୋନା ଭାଇରସ୍(କୋବିଡ-୧୯) ଚୀନ୍ର ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇଛି। ଏହି ଘାତକ ଭାଇରସ୍ ଯୋଗୁ କେବଳ ଚୀନ୍ର ଆର୍ଥିକ ବ୍ୟବସ୍ଥା ନୁହେଁ ବରଂ ଅନ୍ୟ ଦେଶ ଉପରେ ମଧ୍ୟ ପଡ଼ିଛି। ଇତି ମଧ୍ୟରେ ପାକିସ୍ତାନରେ ସୁନାର ଦର ସାମ୍ନାକୁ ଆସିଛି। ବର୍ତ୍ତମାନ ପାକିସ୍ତାନରେ ସୁନା ଦର ତୁଳା (୧୧.୬୬ ଗ୍ରାମ୍) ପ୍ରତି ୯୩, ୬୫୦ ଟଙ୍କାରେ ପହଞ୍ଚିଛି।
ରିପୋର୍ଟ ମୁତାବକ ଚୀନ୍ରେ କରୋନା ଭାଇରସ୍ର ପ୍ରକୋପ ପରେ ଏବେ ଲୋକମାନେ ସୁନାରେ ଟଙ୍କା ନିବେଶ କରୁଛନ୍ତି। ଅଲ ସିନ୍ଧ ସରାଫ ଅଣ୍ଡ ଜୁଏଲର୍ସ ଆସୋସିଏସନ୍ କହିଛି ଯେ ସୁନାରେ ଅର୍ଥ ଲଗାଣ କରିବା ଏକ ସୁରକ୍ଷିତ ମାଧ୍ୟମ। ବର୍ତ୍ତମାନ ସୁନା ଦର ୨୩ ଡଲାରରୁ ବୃଦ୍ଧି ପାଇ ବିଶ୍ୱ ବଜାରରେ ସାତ ବର୍ଷର ରେକର୍ଡ ଦର ୧,୬୩୫ ଡଲାର ପ୍ରତି ଓଉନ୍ସ(୩୧.୧୦ ଗ୍ରାମ୍)ରେ ପହଞ୍ଚିଛି। ଏଣୁ ଲୋକେ ସୁନାରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ସୂଚନାଯୋଗ୍ୟ ଯେ କରୋନା ଭାଇରସ୍ ଯୋଗୁ ବିଶେଷ ଭାବେ ଚୀନ୍ ଓ ଆମେରିକାର ସେୟାର ମାର୍କେଟରେ କ୍ଷତି ଘଟିଛି।