ହୁ ହୁ ହୋଇ ବଢୁଛି ସୁନା ଦର : ୧୦ ଗ୍ରାମ ସୁନା ମୂଲ୍ୟ ୯୨ ହଜାର ଟଙ୍କା

ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୯୧ ହଜାର ୨୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୩ ହଜାର ୬୦୦ ଟଙ୍କାକୁ ପହଞ୍ଚିଛି ।

ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୧ ହଜାର ୨୦୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୩, ୬୦୦ ଟଙ୍କା ଛୁଇଁଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୩,୬୦୦ ଟଙ୍କା ଓ ୯୧, ୨୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୩, ୭୫୦ ଟଙ୍କା ଓ ୯୧, ୩୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୮୩,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୯୧, ୨୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୮୩, ୬୦୦ ଓ ୯୧,୨୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୪,୦୦୦ ଟଙ୍କା ହୋଇଛି ।

 

ଆହୁରି ପଢ଼ନ୍ତୁ : ଭାରତରେ ଲଞ୍ଚ ହେଲା ପାୱାରଫୁଲ୍ Land Rover Defender Octa, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ