ବଜେଟ୍ ବଢାଇଲା ମୂଲ୍ୟ, ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର

ଭୁବନେଶ୍ୱର : ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ଭୁବନେଶ୍ୱରରେ ସୁନା ଦର ୩୫ ହଜାର ଟଙ୍କାରୁ ଅଧିକ ହୋଇଛି । ୧୦ ଗ୍ରାମ ସୁନାର ମୂଲ୍ୟ ୩୫ ହଜାର ୪୦ ଟଙ୍କା ହୋଇଛି । ସେହିପରି ଦିଲ୍ଲୀରେ ସୁନା ଦର ପାଖାପାଖି ୩୬ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଛି । ଭୁବନେଶ୍ୱରରେ ରୂପାର କିଲୋପ୍ରତି ଦର ୪୪ ହଜାର ଟଙ୍କା ହୋଇଛି । କିଛି ଦିନ ତଳେ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ବଢାଇ ୧୨.୫ ପ୍ରତିଶତ କରିଥିଲେ । ସୁନା ଦରରେ ହେଉଥିବା ବୃଦ୍ଧି ଏହା ଏକ କାରଣ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.