ଆୟକର ବିଭାଗରେ ଚାକିରି ସୁଯୋଗ, ମାସକୁ ଦରମା ୧.୫ ଲକ୍ଷରୁ ଅଧିକ

ଆୟକର ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ବଢିଆ ସୁଯୋଗ। ଇନକମ୍ ଟ୍ୟାକ୍ସ ବିଭାଗରେ ସିନିଅର ପ୍ରାଇଭେଟ ସେକ୍ରେଟାରୀ ପଦବୀ ଖାଲିପଡିଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ତୁରନ୍ତ ଆବେଦନ କରିପାରିବେ। ଓଡିଶାର ଯୁବପିଢିଙ୍କ ପାଇଁ ମଧ୍ୟ ସୁଯୋଗ ରହିଛି। ଯେଉଁ ପ୍ରାର୍ଥୀ ଚୟନ ହେବେ ସେମାନଙ୍କୁ କଟକରେ ପୋଷ୍ଟିଂ ମିଳିବ। ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ https://itat.gov.in/ କୁ ଯାଇ ଆବେଦନ କରିପାରିବେ।
ପଦବୀ ବିବରଣୀ: ୩୪
ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୧୨ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ୧୨ ଏପ୍ରିଲ ୨୦୨୨ରେ ଶେଷ ହେବ।
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀଙ୍କର ୩ ବର୍ଷର ଗ୍ରେଡ ସେକ୍ରେଟାରୀ ଅଭିଜ୍ଞତା ଥିବା ଜରୁରୀ। ଏହାଛଡା ମିନିଟ୍କୁ ୧୨୦ଟି ଶବ୍ଦ ଇଂଲିଶ ସର୍ଟହ୍ୟାଣ୍ଡ ଟାଇପିଂ ସ୍ପିଡ ଥିବା ଦରକାର।
ବୟସସୀମା: ଆବେଦନକାରୀଙ୍କ ସର୍ବାଧିକ ବୟସ ୫୬ ବର୍ଷ ହୋଇଥିବା ଜରୁରୀ।
ଦରମା: ନିଯୁକ୍ତ ହେବା ପ୍ରାର୍ଥୀଙ୍କୁ ମାସିକ ଦରମା ୧.୫ ଲକ୍ଷରୁ ଅଧିକ ମିଳିବ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:
https://itat.gov.in/files/uploads/categoryImage/1641567383-vacancy-circular-070122.pdf