ବେକାର ବସିଥିବା ଇଞ୍ଜିନିୟରଙ୍କ ପାଇଁ ଅଏଲ ଇଣ୍ଡିଆରେ ବାହାରିଲା ନିଯୁକ୍ତି, ମିଳିବ ଏତିକି ଲକ୍ଷ ଟଙ୍କା ଦରମା

ଯଦି ଆପଣ ଇଞ୍ଜିନିୟରିଂ ପାଠ ପଢ଼ିଛନ୍ତି ଏବଂ ଏକ ଭଲ ଚାକିରି ଖୋଜୁଛନ୍ତି, ତା’ ହେଲେ ଆପଣଙ୍କ ପାଇଁ ରହିଛି ଏକ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ର ସରକାରଙ୍କ ଉଦ୍ଦ୍ୟୋଗ, ଅଏଲ ଇଣ୍ଡିଆ (Oil India Jobs) ଗ୍ରେଡ୍‌ ୭ ପଦଗୁଡ଼ିକ ପାଇଁ ବମ୍ପର ନିଯୁକ୍ତି ବାହାର କରିଛି। କହି ରଖୁଛୁ କି, ଏହି ବିଭିନ୍ନ ପଦରେ କେବଳ ଇଞ୍ଜିନିୟରିଂ ପ୍ରାର୍ଥୀଙ୍କୁ ହିଁ ନିଯୁକ୍ତି ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ଅଏଲ ଇଣ୍ଡିଆ ଇଚ୍ଛୁକ ପ୍ରାର୍ଥୀମାନଙ୍କଠାରୁ ଆବେଦନ ମାଗିଛି।

କେଉଁଥିରେ କେତେ ପଦ ଖାଲି

ମେକାନିକାଲ ଇଞ୍ଜିନିୟରିଂ: ୬୫ ପଦ

ଇନଷ୍ଟମେଣ୍ଟେଶନ ଟୋକ୍ନୋଲୋଜି: ୩୨ ପଦ

ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ: ୨୧ ପଦ

ସିଭିଲ୍‌ ଇଞ୍ଜିନିୟରିଂ: ୧୨ ପଦ

କେମିକାଲ ଇଞ୍ଜିନିୟରିଂ: ୮ ପଦ

କମ୍ପ୍ୟୁଟର ଇଞ୍ଜିନିୟରିଂ: ୫ ପଦ

ଇଲେକ୍ଟ୍ରୋନିକ୍ସ ଆଣ୍ଟ ଟେଲିକମ୍ୟୁନିକେଶନ ଇଞ୍ଜିନିୟରିଂ: ୩ ପଦ

ମୋଟ ପଦ ସଂଖ୍ୟା: ୧୪୬

କେତେ ମିଳିବ ଦରମା

ଏହି ପଦଗୁଡ଼ିକ ଉପରେ ପ୍ରତି ମାସରେ ୩୭,୫୦୦ ଟଙ୍କାରୁ ନେଇ ୧.୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେ ସ୍କେଲ ରହିବ। ଏଥି ସହିତ ଡିଏ, ଭତ୍ତା, ଏଚ୍‌ଆର୍‌ଏ ଇତ୍ୟାଦି ମଧ୍ୟ ଦିଆଯିବ। କହି ରଖୁଛୁ, ଏଥିରେ କେନ୍ଦ୍ର ସରକାରଙ୍କ ନିୟମ ଲାଗୁ ହେବ।

କେମିତି କରିବେ ଆବେଦନ

-ଇଚ୍ଛୁକ ଆଶାୟୀମାନଙ୍କୁ ପ୍ରଥମେ ଅଫିସିଆଲ େଓ୍ଵବସାଇଟ oil-india.comକୁ ଯିବାକୁ ହେବ।

-ଏଠାରେ ଆବେଦନ ଭରିବା ପୂର୍ବରୁ ଆପଣଙ୍କୁ ରେଜିଷ୍ଟ୍ରେଶନ କରିବାକୁ ହେବ ଏବଂ ପୁଣି ଲଗ୍‌ଇନ କରି ଆପ୍ଲିକେଶନ ଫର୍ମ ପର୍ଯ୍ୟନ୍ତ ପହଞ୍ଚିବାକୁ ହେବ।

-ଏବେ ଆପ୍ଲିକେଶନ ଫର୍ମରେ ମଗା ଯାଇଥିବା ସୂଚନାକୁ ଭରି ସବ୍‌ମିଟ କରି ଦିଅନ୍ତୁ।

-ଆପ୍ଲିକେଶନ ଫର୍ମ ଡାଉନଲୋଡ କରି ନିଅନ୍ତୁ ନଚେତ୍‌ ଏହାର ପ୍ରିଣ୍ଟ ବାହାର କରେଇ ନିଅନ୍ତୁ।

-ଆବେଦନର ଶେଷ ତାରିଖ ରହିଛି ୯ ଡିସେମ୍ବର ୨୦୨୧।

ଯୋଗ୍ୟତା

ଏହି ପଦଗୁଡ଼ିକରେ ଆବେଦନ କରିବା ପାଇଁ ଆଶାୟୀମାନଙ୍କ ପାଖରେ ୩ ବର୍ଷର ଇଞ୍ଜିନିୟରିଂ ଡିପ୍ଲୋମା ଥିବା ଦରକାର। ଏଥି ସହିତ ନ୍ୟୂନତମ ଆୟୁ ୧୮ ବର୍ଷ ଏବଂ ଅଧିକତମ ଆୟୁ ୩୦ ବର୍ଷ ହେବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.