SBI ରେ ଖାଲିପଡିଛି ୧୪୩୮ ପଦବୀ, ଭୁବନେଶ୍ୱର ପାଇଁ ମଧ୍ୟ କରିପାରିବେ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଖରେ ଆଉ ମାତ୍ର ୩ ଦିନ ବାକି ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏସବିଆଇର ଅଫିସିଆଲ େଓ୍ଵବସାଇଟ୍‌ sbi.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୦ ଜାନୁଆରୀ ୨୦୨୩ ରହିଛି । ତେବେ ଭୁବନେଶ୍ୱରରେ ଏଥିପାଇଁ ୩୨ଟି ପଦବୀ ଖାଲିପଡିଛି ।

ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ recruitment.bank.sbi କୁ ଯାଇ ସହଜରେ ଆବେଦନ କରିପାରିବେ। ଏହାସହିତ ପଦବୀ ସମ୍ବନ୍ଧୀୟ ଅଫିସିଆଲ ନୋଟିଫିକେସନ ଲିଙ୍କ SBI Recruitment 2023 Notification ଯାଇ ଚେକ୍‌ କରିପାରିବେ ।

ପଦବୀ ବିବରଣୀ : ୧୪୩୮

କ୍ଲର୍କ

ଜେଏମଜିଏସ୍‌-୧

ଏମଏମଜିଏସ୍‌-୨ ଏବଂ ଏମଏମଜିଏସ୍‌-୩

ଜରୁରୀ ତାରିଖ: ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାର ଶେଷ ତାରିଖ ୧୦ ଜାନୁଆରୀ ୨୦୨୩ ରହିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ୨୨ ଡିସେମ୍ବରରୁ ଆରମ୍ଭ ହୋଇ ସାରିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ଅଫିସିଆଲ ନୋଟିଫିକେସନକୁ ଯାଇ ଚେକ୍‌ କରିପାରିବେ ।

ମାସିକ ଦରମା : କ୍ଲର୍କ ପଦବୀ ପାଇଁ ୨୫,୦୦୦ ଟଙ୍କା, ଜେଏମଜିଏସ୍‌-୧ ପାଇଁ ୩୫,୦୦୦ ଟଙ୍କା, ଏମଏମଜିଏସ୍‌-୨ ଏବଂ ଏମଏମଜିଏସ୍‌-୩ ପାଇଁ ୪୦ ହଜାରରୁ ଅଧିକ ଦରମା ଧାର୍ଯ୍ୟ କରାଯାଇଛି ।

ଚୟନ ପ୍ରକ୍ରିୟା : ଏସବିଆଇରେ ଭର୍ତ୍ତି ପାଇଁଚୟନ ପ୍ରକ୍ରିୟା ସମସ୍ତ ଫର୍ମ ସର୍ଟଲିଷ୍ଟ କରିବା ପରେ ସାକ୍ଷାତକାର କରିବା ପରେ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://images.news18.com/ibnkhabar/uploads/2022/12/SBI-Recruitment-2022-Notification-PDF.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.