ଖୁବ ଶୀଘ୍ର ବେସିକ ସାଲେରୀରେ ମିଳିବ ଜବରଦସ୍ତ ଏରିଅର, ଆସିଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ସୂଚନା

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ ନେଇ ଆସିଲା ଆଉ ଏକ ବଡ଼ ଅପଡ଼େଟ। ପୂଜା ଅବସରରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪% ରୁ ବଢ଼ି ୩୮% ହୋଇଛି। ତେବେ ପ୍ରତ୍ୟେକ ବିଭାଗର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଭିନ୍ନ ଭିନ୍ନ ହୋଇଥାଏ। ବେସିକ ସାଲେରି ଆଧାରରେ ଏହାକୁ ନିର୍ଣ୍ଣୟ କରାଯାଏ।

ଏବେ ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଏହା ୨୦୨୨ ମାନେ ଚଳିତ ବର୍ଷ ପ୍ରଥମ ୬ମାସ ଜାନୁଆରୀରୁ ଜୁଲାଇ ମଧ୍ୟରେ ଥିବା ସମୟକୁ ନେଇ ନିର୍ଦ୍ଧାରିତ କରାଯାଇଛି। ୧ ଜୁଲାଇ ୨୦୨୨ ରୁ ନୁଆ ମହଙ୍ଗ ଭତ୍ତା ଲାଗୁ ହୋଇଛି। ଏବେ କର୍ମଚାରୀଙ୍କୁ ୩୮% ହିସାବରେ ଡିଏର ଭୁଗତାନ କରିବାକୁ ହେବ। ସେପ୍ଟେମ୍ବରରେ ହୋଇଥିବା ନିଷ୍ପତ୍ତି ଅନୁସାରେ କର୍ମଚାରୀଙ୍କୁ ୩ ମାସର ଡିଏ ଏକାଠି ମିଳିବ। ତେବେ ଏହାରି ମଧ୍ୟରେ କିଛି କର୍ମଚାରୀଙ୍କୁ ଏହା ସେପ୍ଟେମ୍ବର ମାସର ସାଲେରୀ ସହିତ ଦିଆଯାଇଛି। ସେମିତି ବାକି କର୍ମଚାରୀଙ୍କ ଭୁଗତାନ ଅକ୍ଟୋବର ମାସର ସାଲେରିରେର କରାଯିବ। ତେବେ ଏହାପରେ କେଉଁ ବ୍ରିକେଟରେ କେତେ ଟଙ୍କା ବଢ଼ିଛି ତାହା ଜାଣିବା ପାଇଁ DA Hike Table ଦେଖିନେବା ଜରୁରୀ।

ବେସିକ ସାଲେରୀ ମୁତାବିକ କେତେ ବଢ଼ିବ ମହଙ୍ଗ ଭତ୍ତା?
ଲେବଲ ୧ରୁ ଆରମ୍ଭ କରି ଲେବଲ ୪ ପର୍ଯ୍ୟନ୍ତ ଥିବା ଚାର୍ଟ ଅନୁଯାୟୀ ଲେବଲ ୧ରେ ୧୮,୦୦୦ ଟଙ୍କା ରୁ ଆରମ୍ଭ କରି ୫୬,୯୦୦ ଟଙ୍କା ର ବେସିକ ସାଲେରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ର ପାର୍ଥକ୍ୟ ଦେଖାଯାଇଛି।
ସେହିପରି ଲେବଲ ୨ରେ ୧୯,୯୦୦ ଟଙ୍କା ବେସିକ ସାଲେରୀ ରୁ ଆରମ୍ଭ କରି ୬୩,୨୦୦ ଟଙ୍କା ବେସିକ ସାଲେରୀ ପର୍ଯ୍ୟନ୍ତ ଅନୁପାତରେ ମହଙ୍ଗା ଭତ୍ତାର ଭୁଗତାନ କୁ ଚର୍ଚ୍ଚାର ଅନ୍ତର୍ଗତ ନିଆଯାଇଛି।

ଲେବଲ ୩ ରେ ୨୧,୭୦୦ ଟଙ୍କା ରୁ ଆରମ୍ଭ କରି ୬୯,୧୦୦ ଟଙ୍କା ବେସିକ ସାଲେରୀ ଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ ମଧ୍ୟ ଧ୍ୟାନକୁ ନିଆଯାଇଛି।
ଶେଷରେ ଲେବଲ ୪ରେ ୨୫,୫୦୦ ଟଙ୍କା ସାଲେରୀ ରୁ ଆରମ୍ଭ କରି ୮୧,୧୦୦ ଟଙ୍କା ଥିବା ସାଲେରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ ନେଇ ନିଷ୍ପତ୍ତି ନିଆଯାଇଛି।

ପୁଣି କେବେ ଓ କେତେ ବଢ଼ିବ ମହଙ୍ଗା ଭତ୍ତା ?
ସୂଚନା ଅନୁସାରେ ଆଗାମୀ ମହଙ୍ଗା ଭତ୍ତା ୨୦୨୩ରେ ବଢ଼ିବ। ଏହା ୧ ଜାନୁଆରୀ ୨୦୨୩ ରେ ଲାଗୁ ହେବ ବୋଲି ଶୁଣିବାକୁ ମିଳିଛି। କିନ୍ତୁ ଏହାର ଘୋଷଣା ଆଗାମୀ ବିତ୍ତ ବର୍ଷ ମାନେ ମାର୍ଚ୍ଚ ମାସ ହୋଲି ସମୟରେ କରାଯିବ। ୭ମ ବେତନ ଆୟୋଗ ଅନ୍ତର୍ଗତ ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ମହଙ୍ଗା ଦରକୁ ଧ୍ୟାନରେ ରଖି ଏହାର ବୃଦ୍ଧି କରାଯିବ। ଇଣ୍ଡଷ୍ଟ୍ରିଆଲ ମହଙ୍ଗାର ଅନୁପାତକୁ ଦେଖିଏହା କେତେ ପରିମାଣରେ ବଢ଼ିବ ତାହା ସମ୍ପର୍କରେ ସବୁ ସୂଚନା ମିଳିଯିବ।

ଏବେ ପର୍ଯ୍ୟନ୍ତ ଜୁଲାଇ ଓ ଅଗଷ୍ଟ ମାସର ନମ୍ବର ସମନାକୁ ଆସିଛି। ଜୁଲାଇ ପର୍ଯ୍ୟନ୍ତ AICPI ଇଣ୍ଡେକ୍ସ ୧୩୦.୨ ପର୍ଯ୍ୟନ୍ତ ପହଞ୍ଚିଛି। ଏବେ ପର୍ଯ୍ୟନ୍ତ ୨ ମାସର ଅନୁପାତରେ ୧% ବୃଦ୍ଧି ଦେଖିବାକୁ ମିଳିଛି। ଯଦି ଏହି ଗତି ଆଗକୁ ରୁହେ ତେବେ ପୁଣି ଥରେ ୩ ରୁ ୪% ମହଙ୍ଗା ଭତ୍ତା ବଢ଼ିପାରେ।

Leave A Reply

Your email address will not be published.