EPFO ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର, ସହଜ ହେଲା ଟଙ୍କା ଉଠାଇବାର ପ୍ରୋସେସ
ଯଦି ଆପଣ ଜଣେ EPFO ସବସ୍କ୍ରାଇବର ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । EPFO ନିଜ ଗ୍ରାହକମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇଥାଏ । ତେବେ ନିକଟରେ ମଧ୍ୟ EPFO ନିଜ ଗ୍ରାହକଙ୍କ ପାଇଁ ଖାସ୍ ସୁବିଧା ଆଣିଛି ।

ପିଏଫ୍ ହୋଲ୍ଡରଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣ ଜଣେ EPFO ସବସ୍କ୍ରାଇବର ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । EPFO ନିଜ ଗ୍ରାହକମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇଥାଏ । ତେବେ ନିକଟରେ ମଧ୍ୟ EPFO ନିଜ ଗ୍ରାହକଙ୍କ ପାଇଁ ଖାସ୍ ସୁବିଧା ଆଣିଛି । ତେବେ ଆସନ୍ତୁ ଜାଣିବା ପିଏଫ୍ ହୋଲ୍ଡର ଏହି ସୁବିଧାର ଲାଭ କେମିତି ଉଠାଇବେ ।
ଚିକିତ୍ସା, ଶିକ୍ଷା, ବିବାହ ଏବଂ ଘର କିଣିବା ପାଇଁ ଟଙ୍କା ଉଠାଇବାର ପ୍ରୋସେସକୁ EPFO ସହଜ କରିଛି । EPFO ଏଥିପାଇଁ ଅଟୋ ସେଟେଲମେଣ୍ଟର ନିୟମକୁ ଆହୁରି ସହଜ କରିଛି । କୋଟି କୋଟି ଗ୍ରାହକଙ୍କ ପାଇଁ ଏହା ଏକ ବଡ଼ ଉପହାର । ଶିକ୍ଷା, ବିବାହ ଏବଂ ଘର କିଣିବା ପାଇଁ ଆଡଭାନ୍ସ କ୍ଲେମ୍ ରେ EPFO ଅଟୋ-ମୋଡ୍ ସେଟେଲମେଣ୍ଟ ପ୍ରୋସେସ୍ ଆରମ୍ଭ କରିଛି । EPFO ଅଟୋ କ୍ଲେମ୍ ସଲ୍ୟୁସନ୍ ଆରମ୍ଭ କରିଛି ଯେଉଁଥିରେ କୌଣସି ମାନବ ହସ୍ତକ୍ଷେପ ବିନା ଆଇଟି ସିଷ୍ଟମ ମାଧ୍ୟମରେ ଅଟୋମେଟିକ୍ ଭାବରେ କ୍ଲେମକୁ ସେଟେଲ କରିହେବ ।
୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୨.୮୪ କୋଟି ଆଡଭାନ୍ସ କ୍ଲେମ ସେଟେଲମେଣ୍ଟ ହୋଇଥିଲା, ଯେଉଁଥିରୁ ୮୯.୫୨ ଲକ୍ଷ କ୍ଲେମ୍ ଅଟୋ ମୋଡ୍ ମାଧ୍ୟମରେ ସମାଧାନ ହୋଇଥିଲା । ଏହା ସହିତ EPFO ଅଟୋ ମୋଡ୍ ମାଧ୍ୟମରେ କ୍ଲେମ ସେଟେଲମେଣ୍ଟର ରାଶିକୁ ୫୦,୦୦୦ ରୁ ୧ ଲକ୍ଷକୁ ବୃଦ୍ଧି କରିଛି । ଏହି ସୀମା ବୃଦ୍ଧି ହେବା ଦ୍ୱାରା ସମଗ୍ର ଦେଶରେ ଲକ୍ଷ ଲକ୍ଷ EPFO ଗ୍ରାହକ ସିଧାସଳଖ ଲାଭ ପାଇବେ ।
ଚିକିତ୍ସା ପାଇଁ ଯଦି ଆପଣ EPFO ର ଆଡଭାନ୍ସ କ୍ଲେମ୍ କରିବାକୁ ଚାହୁଁଛନ୍ତି, ତେବେ ଏଥିରେ କୌଣସି ସମୟ ସୀମା ସ୍ଥିର କରାଯାଇ ନାହିଁ । ଚିକିତ୍ସା ଖର୍ଚ୍ଚ ପାଇଁ ଆଡଭାନ୍ସ କ୍ଲେମ୍ ପାଇଁ ଆପଣଙ୍କୁ ଡାକ୍ତର ଦ୍ୱାରା ଦିଆଯାଇଥିବା ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ।
ଯଦି ଆପଣ ଘର କିମ୍ବା ବିବାହ ଖର୍ଚ୍ଚ ପାଇଁ ଆଡଭାନ୍ସ କ୍ଲେମ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଅତି କମରେ ୭ ବର୍ଷ ପାଇଁ EPFO ସଦସ୍ୟ ହୋଇଥିବା ଆବଶ୍ୟକ । ଏହି ଦୁଇଟି ଖର୍ଚ୍ଚ ପାଇଁ ଆପଣ ଜମା ରାଶି ଉପରେ ମିଳୁଥିବା ସୁଧର ୫୦ ପ୍ରତିଶତ ଆମାଉଣ୍ଟ କ୍ଲେମ୍ କରିପାରିବେ । ସେଲ୍ଫ ଡିକ୍ଲାରେସନ୍ ମାଧ୍ୟମରେ ବିବାହ ଖର୍ଚ୍ଚ ପାଇଁ ଆପଣ ଟଙ୍କା କ୍ଲେମ୍ କରିପାରିବେ । ପିଲାଙ୍କର ଉଚ୍ଚଶିକ୍ଷା ପାଇଁ ଆପଣଙ୍କୁ କଲେଜରେ ହୋଇଥିବା ଖର୍ଚ୍ଚର ପ୍ରମାଣପତ୍ର ଦାଖଲ କରିବାକୁ ପଡିବ ।
ଯଦି ଆପଣ ଘର କିଣିବାକୁ ଚାହୁଁଥିବେ, ତେବେ ଆପଣଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ । ଘର କିଣିବା ପାଇଁ ଆପଣ EPF ରୁ ଆଡଭାନ୍ସ କ୍ଲେମ୍ କରିପାରିବେ । ଘର କିଣିବା ପାଇଁ ଆଡଭାନ୍ସ କ୍ଲେମ୍ କରିବାକୁ ଚାହୁଁଥିଲେ ଆପଣ ନିଶ୍ଚିତ ଭାବରେ ୫ ବର୍ଷର EPF ସଦସ୍ୟ ହୋଇଥିବା ଆବଶ୍ୟକ । EPFOରୁ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ଅନଲାଇନରେ ଫର୍ମ ୩୧ ଦାଖଲ କରିବାକୁ ପଡିବ ।