LIC କର୍ମଚାରୀଙ୍କ ପାଇଁ ଖୁସି ଖବର! ୧୬ ପ୍ରତିଶତ ବେତନ ବୃଦ୍ଧି ସାଙ୍ଗକୁ ୫ ଦିବସୀୟ କାର୍ଯ୍ୟ ସପ୍ତାହକୁ ମଞ୍ଜୁରୀ

ଏଲ୍‌ଆଇସି କର୍ମଚାରୀଙ୍କ ପାଇଁ ଖୁସି ଖବର। ବିତ୍ତୀୟ ସେବା ବିଭାଗ(DFS) କର୍ମଚାରୀମାନଙ୍କ ବେତନ ୧୬ ପ୍ରତିଶତ ବୃଦ୍ଧି କରିଛି। ଏଲ୍‌ଆଇସିର ୧ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଅନ୍ୟ କେତେକ ଭତ୍ତା ସହିତ ଆସିଥିବା ବେତନ ସଂଶୋଧନରୁ ଲାଭ ମିଳିବ। ବେତନ ବୃଦ୍ଧି ବାସ୍ତବରେ ଲମ୍ବା ସମୟ ପରେ ଆସିଛି।

ଏଥିପୂର୍ବରୁ କର୍ମଚାରୀଙ୍କୁ ୨୦୧୨ ଅଗଷ୍ଟରେ ବୃଦ୍ଧି ହୋଇଥିବା ବେତନ ପ୍ରାପ୍ତ ହୋଇଥିଲା। ଏହା ଏଲ୍‌ଆଇସିର ସଂସ୍କୃତି ବିପରୀତ ଥିଲା, ଯାହା ଅନୁସାରେ କମ୍ପାନୀ ସାଧାରଣତଃ ପ୍ରତି ୫ ବର୍ଷରେ ବେତନରେ ସଂଶୋଧନ କରିଥାଏ। ବେତନ ସଂଶୋଧନ ମଝିରେ ଅନ୍ତର ସାମାନ୍ୟରୁ ଅଧିକ ଥିଲା। ଏଥିପାଇଁ କର୍ମଚାରୀମାନେ ନିଜ ବେତନରେ ପାଖାପାଖି ୩୫ ପ୍ରତିଶତ ବୃଦ୍ଧିର ଆଶା କରୁଥିଲେ। କିନ୍ତୁ ଏବେ ସେମାନଙ୍କୁ ୧୬ ପ୍ରତିଶତ ବୃଦ୍ଧିରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିବ।

ରିପୋର୍ଟ ଅନୁସାରେ, ବେତନ ବୃଦ୍ଧି ଛଡ଼ା ଏଲ୍‌ଆଇସି କର୍ମଚାରୀ ୫ ଦିବସୀୟ କାର୍ଯ୍ୟ ସପ୍ତାହର ତୁରନ୍ତ ଲାଭ ଉଠାଇବାକୁ ଯାଉଛନ୍ତି। ଅନ୍ୟ ପବ୍ଲିକ ସେକ୍ଟର ବ୍ୟାଙ୍କ କର୍ମଚାରୀଙ୍କ ଭଳି ଏଲ୍‌ଆଇସି କର୍ମଚାରୀମାନେ ମଧ୍ୟ ଏଣିକି ପ୍ରତ୍ୟେକ ଶନିବାର ଛୁଟି ରୂପେ ମଜା ନେଇ ପାରିବେ। ସୂଚନାଥାଉ କି, କେତେକ କର୍ମଚାରୀ ସଙ୍ଗଠନ ଅନେକ ଦିନରୁ ୫ ଦିବସୀୟ କାର୍ଯ୍ୟସ୍ଥଳ ପାଇଁ ଦାବି କରି ଆସୁଥିଲେ।

ଏତଦ୍‌ ବ୍ୟତୀତ ଏଲ୍‌ଆଇସି ସମସ୍ତ କ୍ୟାଡାର ପାଇଁ ଏକ ‘ଅତିରିକ୍ତ ବିଶେଷ ଭତ୍ତା’କୁ ମଧ୍ୟ ମଞ୍ଜୁରୀ ଦେଇଛି। ନୂଆ କରି ଆରମ୍ଭ କରାଯାଇଥିବା ଭତ୍ତାର ସୀମା ୧,୫୦୦ ଟଙ୍କାରୁ ନେଇ ୧୩,୫୦୦ ଟଙ୍କା ପ୍ରତି ମାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.