ରାସନ କାର୍ଡ ଲାଭାର୍ଥୀଙ୍କ ପାଇଁ ଖୁସି ଖବର! କେନ୍ଦ୍ର ସରକାର କଲେ ବଡ଼ ଘୋଷଣା; ଶୀଘ୍ର ଉଠାନ୍ତୁ ଫାଇଦା

ଯଦି ଆପଣ ଏ ପର୍ଯ୍ୟନ୍ତ ରାସନ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରାଇ ନାହାନ୍ତି, ତ ଜଲ୍‌ଦି କରି ନିଅନ୍ତୁ। ବାସ୍ତବରେ, କେନ୍ଦ୍ର ସରକାର ଲାଭାର୍ଥୀମାନଙ୍କୁ ଆହୁରି ବଡ଼ ମଉକା ଦେଇଛନ୍ତି। ପୂର୍ବରୁ ରାସନକୁ ଆଧାର ସହ ଯୋଡ଼ିବାର ଶେଷ ତାରିଖ ମାର୍ଚ୍ଚ ୩୧ ଥିଲା, କିନ୍ତୁ ଏବେ ଏହାକୁ ବଢ଼ାଇ ୩୦ ଜୁନ୍‌ କରି ଦିଆଯାଇଛି। Food and Public Distribution ବିଭାଗ ଏଥିପାଇଁ ନୋଟିଫିକେସନ ମଧ୍ୟ ଜାରି କରି ସାରିଛି। ଆସନ୍ତୁ ଜାଣିବା, ଆପଣ ଘରେ ବସି କିପରି ରାସନକୁ ଆଧାର ସହିତ ଲିଙ୍କ୍‌ କରାଇବେ।

ଆଧାର ସହ ରାସନ କାର୍ଡକୁ ଲିଙ୍କ୍‌ କରାଇବା ବାଧ୍ୟତାମୂଳକ। ସୂଚନାଥାଉ କି, ରାସନ କାର୍ଡ ଲାଭାର୍ଥୀମାନଙ୍କୁ ସରକାରଙ୍କ ତରଫରୁ କମ୍‌ ଦାମ୍‌ରେ ରାସନ ସାମଗ୍ରୀ ମିଳିଥାଏ। କେନ୍ଦ୍ର ସରକାରଙ୍କ ‘ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ’ ଯୋଜନା ଅଧୀନରେ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ଏଥିରୁ ଲାଭ ମିଳୁଛି। ରାସନ କାର୍ଡର ଆହୁରି ବି ଅନେକ ଲାଭ ରହିଛି। ଆପଣ ଆଧାର କାର୍ଡକୁ ରାସନ କାର୍ଡ ସହିତ ଲିଙ୍କ୍‌ କରାଇ ‘ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ’ ଯୋଜନାର ଲାଭ ପାଇ ପାରିବେ। ଏହି ଯୋଜନା ଅନ୍ତର୍ଗତ ଦେଶର କୌଣସି ବି ରାଜ୍ୟର ରାସନ କାର୍ଡ ଦୋକାନରୁ ରାସନ ପାଇ ପାରିବେ।

କେମିତି ଅନଲାଇନ ଲିଙ୍କ୍‌ କରିବେ ଆଧାର କାର୍ଡ

-ଏଥିପାଇଁ ପ୍ରଥମେ ଆପଣ ଆଧାରର ଅଫିସିଆଲ େଓ୍ଵବ୍‌ସାଇଟ uidai.gov.in କୁ ଯାଆନ୍ତୁ।

-ଏବେ ଆପଣ ‘Start Now’ ରେ କ୍ଲିକ୍‌ କରନ୍ତୁ।

-ଏବେ ନିଜର ଠିକଣା, ଜିଲ୍ଲା, ରାଜ୍ୟ ଆଦି ଭରନ୍ତୁ।

-ଏବେ ‘Ration Card Benefit’ ଅପ୍‌ସନ ଉପରେ କ୍ଲିକ୍‌ କରନ୍ତୁ।

-ବର୍ତ୍ତମାନ ଆଧାର କାର୍ଡ ନମ୍ବର, ରାସନ କାର୍ଡ ନମ୍ବର, ଇ-ମେଲ୍‌ ଆଡ୍ରେସ୍‌ ଏବଂ ମୋବାଇଲ ନମ୍ବର ଆଦି ଭରନ୍ତୁ।

-ଏବେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ।

-ଏଠାରେ ଓଟିପି ଭରିବା କ୍ଷଣି ଆପଣଙ୍କ ସ୍କ୍ରିନ୍‌ରେ ପ୍ରୋସେସ୍‌ କମ୍ପ୍ଲିଟ୍‌ର ମେସେଜ୍‌ ଆସିବ।

ଏମିତି କରନ୍ତୁ ଅଫ୍‌ଲାଇନ ଲିଙ୍କ୍‌

ଆପଣ ଚାହିଁଲେ ଅଫ୍‌ଲାଇନ ବି ରାସନ-ଆଧାର ଲିଙ୍କ୍‌ କରି ପାରିବେ। ଏଥିପାଇଁ ଆପଣଙ୍କୁ ଜରୁରୀ କାଗଜପତ୍ର ଯଥା ଆଧାର କାର୍ଡର କପି, ରାସନ କାର୍ଡର କପି ଏବଂ ରାସନ କାର୍ଡ ଧାରକଙ୍କ ପାସ୍‌ପୋର୍ଟ ସାଇଜ୍‌ ଫଟୋ ଆଦି ନେଇ ରାସନ କାର୍ଡ କେନ୍ଦ୍ରରେ ଜମା କରିବାକୁ ହେବ। ଆପଣ ଚାହିଁଲେ ଏଠାରେ ନିଜ ଆଧାର କାର୍ଡର ବାୟୋମେଟ୍ରିକ୍‌ ଡାଟା ଭେରିଫିକେସନ ମଧ୍ୟ କରାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.