ବ୍ୟବସାୟ ଓ ଅର୍ଥନୀତି

ଭଡ଼ାଟିଆଙ୍କ ପାଇଁ ଖୁସି ଖବର, ଏବେ ଆଧାର କାର୍ଡରେ ଠିକଣା ବଦଳାଇବା ଅତି ସହଜ

ନୂଆଦିଲ୍ଲୀ : ଲୋକେ ସାଧାରଣତଃ ଆଧାର କାର୍ଡରେ ସ୍ଥାୟୀ ଠିକଣା ଦେଇଥାନ୍ତି । ଫଳରେ ବାହାର ରାଜ୍ୟ ହେଉ ବା ଜିଲ୍ଲାରେ ନିଜର ଜୀବନ ଜୀବୀକା ପାଇଁ ରହୁଥିବା ଲୋକେ ଆଧାର କାର୍ଡ ପାଇଁ ବହୁ ହଇରାଣ ହୋଇଥାନ୍ତି ।

ବିଶେଷ କରି ଭଡ଼ାଟିଆଙ୍କ ପାଇଁ ଆଧାର କାର୍ଡ ବଡ଼ ଅସୁବିଧା ସୃଷ୍ଟି କରିଥାଏ । କାରଣ ପ୍ରତ୍ୟେକ କାର୍ଯ୍ୟ ପାଇଁ ଆଧାର କାର୍ଡ ଏକ ପ୍ରମୁଖ ଡକ୍ୟୁମେଣ୍ଟ ଭାବେ ବ୍ୟବହାର ହେଉଛି । ଏହି ସବୁ ଅସୁବିଧାରୁ ଲୋକଙ୍କୁ ରିହାତି ଦେଇଛନ୍ତି ସରକାର ।

ଯେ କୈାଣସି ସ୍ଥାନରେ ଆପଣ ନିଜର ଆଧାର କାର୍ଡରେ ଠିକଣା ବଦଳାଇ ପାରିବେ । ତେଣୁ ଭଡ଼ାଟିଆ ଏବେ ଆଧାର କାର୍ଡରେ ଅତି ସହଜରେ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ର ଠିକଣା ବଦଳାଇ ପାରିବେ ।

ଏଥିପାଇଁ ଭଡ଼ା ଘରେ ରହୁଥିବା ରେଣ୍ଟ ଏଗ୍ରିମେଣ୍ଟ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ । ରେଣ୍ଟ ଏଗ୍ରିମେଣ୍ଟରେ ଯେଉଁ ନାମ ଥିବ ସେହି ଅନୁସାରେ ଆପଣ ଆଧାର କାର୍ଡରେ ଠିକଣା ବଦଳାଇ ପାରିବେ । ଆସନ୍ତୁ ଜାଣିବା କିପରି ଆଧାରକାର୍ଡରେ ବଦଳାଇବେ ଠିକଣା ।

ଅନ୍‌ଲାଇନ୍‌ ପ୍ରୋସେସ୍‌

– ପ୍ରଥମେ ରେଣ୍ଟ ଏଗ୍ରିମେଣ୍ଟକୁ ସ୍କାନ୍‌ କରନ୍ତୁ । ଏବେ ଏହାର ପିଡିଏଫ୍‌ ଫାଇଲ୍‌ ବନାନ୍ତୁ

– ଏବେ ଆପଣ UIDAI ସାଇଟ୍‌ https://uidai.gov.in/ କୁ ଯାଆନ୍ତୁ

– ଏଠାରେ ହୋମ୍‌ ପେଜ୍‌ରେ ଏଡ୍ରେସ ଅପ୍‌ଡେଟ୍‌ ରିକ୍ୟୁଏଷ୍ଟ୍‍ ଉପରେ କ୍ଲିକ୍‌ କରନ୍ତୁ

– ଏଠାରେ ଅପ୍‌ଡେଟ୍‌ ଏଡ୍ରେସରେ କ୍ଲିକ୍‌ କରନ୍ତୁ ଏବଂ ଆଧାର କାର୍ଡ ନମ୍ବର ଦେଇ ଲଗ୍‌ ଇନ୍‌ କରନ୍ତୁ

– ଏହା ପରେ ଆପଣଙ୍କ ମୋବାଇଲ୍‌ରେ ଓଟିପି ପାଇବେ । ଓଟିପି ଦାଖଲ କରି ପୋର୍ଟାଲକୁ ଯାଆନ୍ତୁ

ଏବେ ଜାଣନ୍ତୁ ଅଫ୍‌ ଲାଇନ୍‌ ପ୍ରୋସେସ୍‌

ଆଧାର କେନ୍ଦ୍ରକୁ ଯାଇ ଆଧାର ଅପ୍‌ଡେଟ୍‌ ଫର୍ମ ଭରନ୍ତୁ । ସେଠାରେ ଥିବା ଅଧିକାରୀଙ୍କୁ ଫର୍ମ ଦାଖଲ କରନ୍ତୁ । ଫର୍ମରେ ଏଡ୍ରେସ ଅପ୍‌ଡେଟ୍‌ ଉଲ୍ଲେଖ କରନ୍ତୁ । ଫର୍ମ ସହ ଆଧାର କାର୍ଡ, ପ୍ୟାନ୍‌ କାର୍ଡ, ରେଣ୍ଟ ଡିଡ୍‌, ଭୋଟର କାର୍ଡ କିମ୍ବା ପାସ୍‌ପୋର୍ଟ ର ଫଟୋ କପି ଦାଖଲ କରନ୍ତୁ ।

ଆଧାର ସେଣ୍ଟରରେ ଆପଣ ନାମ, ଠିକଣା, ଜନ୍ମ ତାରିଖ,ମୋବାଇଲ୍‌ ନମ୍ବର, ଇମେଲ୍‌ ଆଇଡି, ଫଟୋ ଓ ବାୟୋମେଟ୍ରିକ ମଧ୍ୟ ଅପ୍‌ଡେଟ୍‌ କରିପାରିବେ । ଏହି ସବୁ ଅପ୍‌ଡେଟ୍‌ କରିବା ପାଇଁ ଆପଣଙ୍କୁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ ।

ନାମ ଓ ଠିକଣା ପାଇଁ ଜରୁରୀ ଡକ୍ୟୁମେଣ୍ଟ(କୈାଣସି ଗୋଟିଏ ହେବା ଜରୁରୀ)

ପାସ୍‌ପୋର୍ଟ, ପାସ୍‌ ବୁକ୍‌, ପୋଷ୍ଟ ଅଫିସ ପାସ୍‌ ବୁକ୍‌, ରାସନ କାର୍ଡ, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ, ବିଜୁଳି ବିଲ୍‌,ପାଣି ବିଲ୍‌, ଟେଲିଫୋନ୍‌ ବିଲ୍‌, ନରେଗା ଜବ୍‌ କାର୍ଡ, ପେନ୍‌ସନ୍‌ କାର୍ଡ, ଗ୍ୟାସ୍‌ କାର୍ଡ ଓ ଆଧାର େଓ୍ଵବ୍‌ ସାଇଟରେ ଦିଆଯାଇଥିବା ଆହୁରି ୨୫ରୁ ଉର୍ଦ୍ଧ୍ୱ ଡକ୍ୟୁମେଣ୍ଟ ଦିଆଯାଇଛି । ଯାହାକୁ ଆପଣ ଚେକ୍‌ କରିପାରିବେ ।

Niharanjan

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

43 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

49 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago