ଏବେ ଗୁଗୁଲ ଡୁଓରେ ଗ୍ରାହକଙ୍କୁ ମିଳିବ ୧୦୦୦ଟଙ୍କା ରିୱାର୍ଡ , ଜାଣନ୍ତୁ ସମସ୍ତ ଡିଟେଲ୍ସ

ନୂଆଦିଲ୍ଲୀ : ଗୁଗୁଲ ଡୁଓ ସେପ୍ଟେମ୍ବର ମାସରେ ଫିଲିପିନ୍ସରେ ଗ୍ରାହକଙ୍କ ପାଇଁ ପ୍ରଥମ ଥର ପାଇଁ ରିୱାଡ ପୋଗ୍ରାମ ଆୟୋଜନ କରିଥିଲା। ଏବେ କମ୍ପାନି ସେହିଭଳି ରିୱାର୍ଡ଼ ବା ପୁରସ୍କାର ପୋଗ୍ରାମ ଭାରତରେ ଆରମ୍ଭ କରିବାକୁ ଯାଉଛି। ଗୁଗୁଲ ସପୋର୍ଟ ପେଜ ମୁତାବକ, ଯେଉଁ ଗ୍ରାହକ ପ୍ରଥମ ଥର ପାଇଁ ଗୁଗୁଲ- ଡୁଅରେ ସାଇନ୍ ଅପ କରି କଲ କରିବେ ତାଙ୍କୁ ଗୁଗୁଲ ପେ ୱାଲେଟରେ ଟଙ୍କା ରିୱାର୍ଡ଼ ମିଳିବ। ତେବେ ଏଥିପାଇଁ ଗ୍ରାହକଙ୍କ ଫୋନ ନମ୍ବରରେ ତାଙ୍କ ବ୍ଯାଙ୍କର ଆକାଉଣ୍ଟ ଲିଙ୍କ ରହିବା ଦରକାର।
କିପରି ଉଠାଇବେ ଫାଇଦା
ଏଥିପାଇଁ ଗ୍ରାହକଙ୍କ ଆକାଉଣ୍ଟରେ ୟୁପିଆଇ ବେସ୍ ଗୁଗୁଲ ପେ ସହ ଲିଙ୍କ ରହିବାକୁ ପଡ଼ିବ। ତାହା ପରେ ହିଁ ଆପଣ ଏହି ଅଫରର ଫାଇଦା ଉଠାଇପାରିବବେ। ଏହାପରେ ଆପଣଙ୍କୁ ନୂଆ ଗ୍ରାହକଙ୍କୁ ଗୁଗୁଲ ଡୁଓରେ ବିଲକୁଲ ପ୍ରଥମ ଥର ସାଇନ ଇନ କରିବାକୁ ପଡ଼ିବ। ଏହାପରେ ବ୍ଯକ୍ତିଙ୍କ ରେଫେରାଲ କୋର୍ଡ଼ ପକାଇବା ପରେ ତାଙ୍କୁ କ୍ଯାସ ରିୱାର୍ଡ଼ ଭାବେ ୧୦୦୦ ଟଙ୍କା ପର୍ଯ୍ଯନ୍ତ ମିଳିବ।
କିପରି ପଠାଇବେ ନୂଆ ଲିଙ୍କ
ନୂଆ ଗ୍ରାହକଙ୍କୁ ୟୁନିକ୍ ଇନଭାଇଟ୍ କରିବା ପାଇଁ ଡୁଓ ଆପରେ Invite friends > share invite ଲିଙ୍କରେ କ୍ଳିକ କରନ୍ତୁ। ଏହି ଲିଙ୍କ ଜରିଆରେ ଆପ୍ ରେଜିଷ୍ଟର କରିଥିବା ବ୍ଯକ୍ତିଙ୍କୁ ଗୁଗୁଲ ପେ ରେ ରିୱାର୍ଡ଼ ମିଳିବ। ତେବେ ଏହା ଛଡ଼ା ଗୁଗୁଲ ଆପକୁ ରେଫର କରି ମଧ୍ୟ ଆପଣ ରିୱାର୍ଡ଼ ଟଙ୍କା ପାଇପାରିବେ ।
ରିୱାର୍ଡ ଟଙ୍କାକୁ ରେଟିମ୍ କରିବା ପାଇଁ ଆପଣଙ୍କୁ ୨-୩ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ। ତେବେ କ୍ଯାସ ରିୱାର୍ଡ଼ କେବଳ ଆନଡ଼୍ରୋଏଡ଼୍ ଗ୍ରାହକଙ୍କ ପାଇଁ ଉପଲବ୍ଧ କରିଛି। ତେବେ ଏହି ଅଫରଟି ତାମିଲନାଡ଼ୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିନାହିଁ। ତେବେ ଏଥି ସମ୍ବନ୍ଧୀୟ ସମସ୍ତ ସୂଚନା ଆପଣ ଗୁଗୁଲ ଡୁଓର ଅଧିକାରୀ ୱେବସାଇଟରେ ପାଇପାରିବେ।