ଏଣିକି ଘରେ ବସି ପାଇପାରିବେ ସରକାରୀ ବ୍ୟାଙ୍କ ସୁବିଧା

ବହୁ ଶୀଘ୍ର ଦେଶର ସରକାରୀ ବ୍ୟାଙ୍କ ଗୁଡିକ ନିଜ ଗ୍ରାହକ ମାନଙ୍କୁ ନିଜ ଘରେ ବ୍ୟାଙ୍କିଂ ସୁବିଧା ଯୋଗାଇବେ । ଏହାର ସବୁଠୁ ଅଧିକ ଫାଇଦା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କୁ ହେବ । ଏହି ସୁବିଧା ଦ୍ୱାରା ଗ୍ରାହକ ମାନେ ଘରେ ଥାଇ ଟଙ୍କା ଜମା କରିବା ସହ ଟଙ୍କା ଉଠାଇ ମଧ୍ୟ ପାରିବେ ।

ସବୁ ବ୍ୟାଙ୍କ ମାନଙ୍କର ଗୋଟିଏ ସର୍ଭିସ ପ୍ରୋଭାଇଡର ହେବ:

କିଛି ବର୍ଷ ପୂର୍ବରୁ ଅରବିଆଇ ଏହି ସୁବିଧା ସମ୍ପର୍କରେ ଏକ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଅନ୍ୟ ବ୍ୟାଙ୍କ ଏବେ କମନ ସର୍ଭିସ ପ୍ରୋଭାଇଡର ସହାୟତାରେ ଏହି ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି । ଏହି ସର୍ଭିସ ପ୍ରୋଭାଇଡର ପାଖରେ ଗୋଟେ କଲ ସେଣ୍ଟର, ୱେବ ସାଇଟ ଓ ଏକ ଆପ ରହିବା ନିହାତି ଆବଶ୍ୟକ । ଯାହା ସାହାଯ୍ୟରେ ବ୍ୟାଙ୍କ ଏହି ସେବା ଗୁଡିକ ଯୋଗାଇପାରିବ ।

କଣ କଣ ସୁବିଧା ମିଳିବ:

୧. ନଗଦ ରାଶି ଜମା କରିବା ଓ ଉଠାଇବା
୨.ଚେକ ଓ ଡ୍ରାଫ୍ଟର ପିକ ଅପ
୩.ଖାତାର ଷ୍ଟେଟ ମେଣ୍ଟ
୪.ନୂଆ ଚେକ ବୁକ ପାଇଁ ସ୍ଲିପ
୫. ଚେକ ବୁକ, ଡ୍ରାଫ୍ଟ ଓ ଏଫଡ଼ି ରସିଦ
୬.୧୫ ଜି ଓ ୧୫ ଏଚ ଫର୍ମର ପିକ ଅପ
୭.ଆୟକର ବିଭାଗର ଚାଲାଣ
୮.ଟିଡ଼ିଏସ ଫର୍ମ ଓ ୧୬ ସାର୍ଟିଫିକେଟ
୯.ସ୍ଟ୍ରେଣ୍ଡିଙ୍ଗ ଇନଷ୍ଟ୍ରକ୍ସନ ଜାରି କରିବା

ଏହା ସହ ପଢନ୍ତୁ: ଡିସେମ୍ବର ୧ରୁ ବଦଳିଯିବ ଟୋଲ ଟ୍ୟାକ୍ସର ନିୟମ, ଗାଡ଼ିରେ ନିଶ୍ଚୟ ଲଗାନ୍ତୁ ଏହି ଟ୍ୟାଗ୍‌

ସେବା ପ୍ରଦାନକାରି କମ୍ପାନୀ ନିଜ ତରଫରୁ ଏକ ଏଜେଣ୍ଟ କୁ ନିଯୁକ୍ତ କରିବ । ଯାହା ଲୋକ ମାନଙ୍କୁ ତାଙ୍କ ଘରେ ହିଁ ସୁବିଧା ଯୋଗାଇପାରିବ । ପ୍ରଥମ ପର୍ଯ୍ୟାୟରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କୁ ଏହି ସୁବିଧା ଯୋଗାଯାଉଥିବା ବେଳେ କିଛି ବର୍ଷ ପରେ କିଛି ଶୁଳ୍କ ସହ ଅନ୍ୟ ମାନଙ୍କୁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ । ବ୍ୟାଙ୍କ ପ୍ରଥମେ ସର୍ଭିସ ଯୋଗାଣକାରୀ ମାନଙ୍କ ସହ ୩ ବର୍ଷ ପାଇଁ କଣ୍ଟ୍ରାକ୍ଟ ସାଇନ କରିବ । ତାପରେ ପୁଣି ୨ ବର୍ଷ ପାଇଁ ଏହି ସମୟ ସୀମା ବଢାଯିବ । ସେବା ଯୋଗାଣକାରୀ ମାନେ ସେହି ଦିନ ହିଁ ସେବା ଯୋଗାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.