ସରକାରଙ୍କ ନୂଆ ନିୟମ, ଏବେ ସିମ୍‌ କାର୍ଡ କିଣିବା ହେବ ମୁସକିଲ! ଦୋକାନ ଯିବା ପୂର୍ବରୁ ପଢ଼ିନିଅନ୍ତୁ ସବୁକିଛି

ମୋବାଇଲ୍‌ କଷ୍ଟମର୍ସଙ୍କ ପାଇଁ ଜରୁରୀ ଖବର। ସରକାର ସିମ୍‌ କାର୍ଡକୁ ନେଇ ଏବେ ନୂଆ ନିୟମ ବନାଇଛନ୍ତି। ଏହି ନୂଆ ନିୟମ ଅନୁଯାୟୀ ଏବେ କିଛି କଷ୍ଟମର୍ସଙ୍କ ପାଇଁ ନୂଆ ମୋବାଇଲ କନେକସନ୍‌ ନେବା ଆହୁରି ବି ସହଜ ହୋଇଯିବ। କିନ୍ତୁ କିଛି କଷ୍ଟମର୍ସଙ୍କ ପାଇଁ ଏବେ ନୂଆ ସିମ କିଣିବା ଏକପ୍ରକାର ମୁସକିଲ ହୋଇଯିବ କିମ୍ବା ଏବେ କିଛି ଗ୍ରାହକ ନୂଆ ସିମ୍‌ କିଣି ହିଁ ପାରିବେନି। କଷ୍ଟମର୍ସ ଏବେ ନୂଆ ମୋବାଇଲ କନେକସନ୍‌ ପାଇଁ ଅନଲାଇନ୍‌ ଆପ୍ଲାଏ କରିପାରିବେ ଏବଂ କେବଳ ଏତିକି ନୁହେଁ ଗ୍ରାହକଙ୍କ ଘରେ ନେଇ ପହଁଚାଇ ଦିଆଯିବ ସିମ୍‌।

ସରକାର ଜାରି କରିଥିବା ନୂଆ ନିୟମ ଅନୁଯାୟୀ ଏବେ କମ୍ପାନୀ ୧୮ ବର୍ଷରୁ କମ୍‌ କଷ୍ଟମର୍ସଙ୍କୁ ନୂଆ ସିମ୍‌ ବିକ୍ରି କରିପାରିବେନାହିଁ। ସେହିପରି ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ ଥିବା ବ୍ୟକ୍ତି ନୂଆ ସିମ୍‌ ପାଇଁ ଆଧାର କିମ୍ବା ଡିଜିଲକରରେ ରଖିଥିବା କୌଣସି ବି ଡକ୍ୟୁମେଣ୍ଟ ଦ୍ୱାରା ନିଜକୁ ଫେରିଫାଏ କରିପାରିବେ। ଟେଲିକମ୍‌ ଡିପାର୍ଟମେଣ୍ଟ ବା ଦୂରସଞ୍ଚାର ବିଭାଗ ଏଥିପାଇଁ ଏକ ଆଦେଶ ଜାରି କରିଛି।

ଜାରି କରାଯାଇଥିବା ଏହି ନୂଆ ଆଦେଶର ନିୟମ ଅନୁଯାୟୀ ୟୁଜର୍ସଙ୍କୁ ନୂଆ ମୋବାଇଲ କନେକସନ୍‌ ପାଇଁ ୟୁଆଇଡିଏଆଇର ଆଧାର ବେସଡ୍‌ କେଓ୍ଵାଇସି ସର୍ଭିସ ମାଧ୍ୟମରେ ସାର୍ଟିଫିକେସନ୍‌ ପାଇଁ ମାତ୍ର ଏକ ଟଙ୍କା ପେମେଣ୍ଟ କରିବାକୁ ହେବ।

ଟେଲିକମ୍‌ ଡିପାର୍ଟମେଣ୍ଟର ନୂଆ ନିୟମ ମୁତାବକ ଏବେ କମ୍ପାନୀ ୧୮ ବର୍ଷରୁ କମ୍‌ ବୟର ୟୁଜର୍ସଙ୍କୁ ସିମ୍‌ କାର୍ଡ ବିକ୍ରି କରିପାରିବନାହିଁ। ଏହାବ୍ୟତୀତ ଯଦି କୌଣସି ବ୍ୟକ୍ତି ମାନସିକ ରୋଗରେ ପୀଡିତ ଥିବେ ତାହେଲେ ଏମିତି ବ୍ୟକ୍ତିଙ୍କୁ ମଧ୍ୟ ନୂଆ ସିମ କାର୍ଡ ଜାରୀ କରାଯିବନାହିଁ। ଯଦି କିଏ ଏହି ନିୟମର ଉଲଙ୍ଘନ କରି ଏପରି ଲୋକଙ୍କୁ ସିମ୍‌ ବିକ୍ରି କରନ୍ତି ତାହେଲେ ସେହି ଦୂରସଞ୍ଚାର ବିଭାଗକୁ ଦୋଷୀ ଧରାଯିବ, ଯେଉଁ କମ୍ପାନୀ ଏହି ସିମ୍‌ ବିକ୍ରି କରିଥିବ।

ସରକାର ପ୍ରିପେଡକୁ ପୋଷ୍ଟପେଡରେ ବଦଳାଇବା ପାଇଁ ଏକ ନୂଆ ଓ୍ଵାନ୍‌ ଟାଇମ୍‌ ପାସଓ୍ଵାର୍ଡ ବା ଓଟିପି ବେସଡ ପ୍ରୋସେସର ଆଦେଶ ଜାରୀ କରିଛନ୍ତି। ନୂଆ ମୋବାଇଲ କନେକସନ୍‌ ଜାରି କରିବା ପାଇଁ ଆଧାର ସମ୍ଭଦ୍ଧିତ ଇ-କେଓ୍ଵାଇସି ପ୍ରକ୍ରୀୟାକୁ ପୁଣି ଥରେ ଆରମ୍ଭ କରିବା ପାଇଁ ଜୁଲାଇ ୨୦୧୯ରେ ଭାରତୀୟ ଟେଲିଗ୍ରାଫ ଆକ୍ଟ ୧୮୮୫ରେ ପୂର୍ବରୁ ହିଁ ସଂଶୋଧନ କରିଦିଆଯାଇଥିଲା।

ସବୁଠୁ ଖାସ୍‌ କଥା ହେଉଛି ଘରେ ବସି ପାଇପାରିବେ ସିମ କାର୍ଡ

ଏବେ ନୂଆ ନିୟମ ଅନୁଯାୟୀ ଗ୍ରାହକ ୟୁଆଇଡିଏଆଇ ବେସଡ ଭେରିଫିକେସନ ଜରିଆରେ ନିଜ ଘରେ ହିଁ ସିମ୍‌ କାର୍ଡ ପାଇପାରିବେ। ଦୂରସଞ୍ଚାର ବିଭାଗର ଆଦେଶରେ କୁହାଯାଇଛି ଯେ ଗ୍ରାହକଙ୍କୁ କନେକସନ୍‌ ଏକ ଆପ୍‌/ପୋର୍ଟାଲ ବେସଡ ପ୍ରୋସେସ ଜରିଆରେ ଦିଆଯିବ। ଯାହାଦ୍ୱାରା ଗ୍ରାହକ ଘରେ ବସି ମୋବାଇଲ କନେକସନ୍‌ ପାଇଁ ଆବେଦନ କରିପାରିବେ।

ପୂର୍ବରୁ ନୂଆ ମୋବାଇଲ କନେକସନ୍‌ ପାଇଁ କିମ୍ବା ମୋବାଇଲ କନେକସନକୁ ପ୍ରିପେଡରୁ ପୋଷ୍ଟପେଡ କରାଇବା ପାଇଁ ଗ୍ରାହକଙ୍କୁ କେଓ୍ଵାଇସି ପ୍ରୋସେସ୍‌ ଦେଇ ଯିବାକୁ ପଡୁଥିଲା। ଆଉ ଏଥିପାଇଁ ଗ୍ରାହକଙ୍କୁ ନିଜର ପରିଚୟ ଏବଂ ଠିକଣା ଭେରିଫିକେସନ୍‌ ଡକ୍ୟୁମେଣ୍ଟ ସହିତ ଦୋକନକୁ ଯିବାକୁ ପଡୁଥିଲା। କିନ୍ତୁ ଏସବୁୁରେ ପରିବର୍ତ୍ତନ କରିଛନ୍ତି ସରକାର।

ଏହାସହ ପଢ଼ନ୍ତୁ : ହ୍ଵାଟସଆପ୍‌ ୟୁଜର୍ସଙ୍କ ପାଇଁ ଆସୁଛି ୧୦ ନୂଆ ଫିଚର୍ସ, ପଢ଼ିନିଅନ୍ତୁ ଆଗକୁ ହେବନି କୌଣସି ଅସୁବିଧା