ତାଜମହଲରୁ ପ୍ରତିବର୍ଷ କେତେ ଟଙ୍କା ଆୟ କରନ୍ତି ସରକାର ଜାଣିଛନ୍ତି କି ? ପଢନ୍ତୁ ଏହି ରିପୋର୍ଟ

ପ୍ରେମର ପ୍ରତୀକ ତାଜମହଲ। ଯାହାକୁ ଶାହାଜାହାନ ପତ୍ନୀ ମମତାଜ୍‌ଙ୍କୁ ଭଲପାଇବା ସ୍ମୃତିରେ ତିଆରି କରିଥିଲେ। ଯାହା ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟରେ ସାମିଲ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପ୍ରତିବର୍ଷ ତାଜମହଲକୁ କେତେ ପର୍ଯ୍ୟଟକ ଆସନ୍ତି ଏବଂ ଏଥିରୁ କେତେ ଟଙ୍କା ଆୟ ହୋଇଥାଏ। ଜଣାଶୁଣା ଟ୍ରାଭେଲ ଅନଲାଇନ କମ୍ପାନୀ ଟ୍ରିପ ଆଡଭାଇଜର ୨୦୧୮ରେ ତାଜମହଲକୁ ଟ୍ରାଭେଲ ଚଏସ ଆଓ୍ଵାର୍ଡରେ ତାଜମହଲକୁ ଦୁନିଆର ଷଷ୍ଠ ଏବଂ ଏସିଆର ଦ୍ୱିତୀୟ ଲ୍ୟାଣ୍ଡମାର୍କରେ ପୁରସ୍କୃତ କରାଯାଇଛି। ସୂଚନାଯୋଗ୍ୟ, ଭାରତକୁ ଦୁଇଦିନିଆ ଗସ୍ତରେ ଆସିଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର। ଏହି ଅବସରରେ ସେମାନେ ତାଜମହଲ ଭ୍ରମଣରେ ମଧ୍ୟ ଯାଇଥିଲେ।

taj

ପ୍ରତିବର୍ଷ ତାଜମହଲକୁ ବୁଲିଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଅନେକ। ପ୍ରତିବର୍ଷ ତାଜମହଲରୁ ଅନେକ ଟଙ୍କା ଆୟ କରାଯାଏ। ୨୦୧୪-୧୫ ବର୍ଷ ଏଠାରୁ ୨୧.୨ କୋଟି ଟଙ୍କା ଆୟ କରାଯାଇଥିବା ବେଳେ ୨୦୧୫-୧୬ରେ ୧୭.୯ କୋଟି, ୨୦୧୬-୧୭ରେ ୫୫.୧ କୋଟି, ୨୦୧୭-୧୮ରେ ୫୮.୮ କୋଟି ଏବଂ ୨୦୧୮-୧୯ରେ ୮୬.୫ କୋଟି ଟଙ୍କା ଆୟ ହୋଇଛି। ସେହିଭଳି ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ପ୍ରତିବର୍ଷ ବଢିବଢି ଚାଲିଛି। ୨୦୧୪-୧୫ରେ ୬୦.୯ ଲକ୍ଷ, ୨୦୧୫-୧୬ରେ ୫୦.୭ଲକ୍ଷ, ୨୦୧୬-୧୭ରେ ୬୧.୮ଲକ୍ଷ, ୨୦୧୭-୧୮ରେ ୬୫.୭ଲକ୍ଷ ଏବଂ ୨୦୧୮-୧୯ରେ ୭୦. ଲକ୍ଷ ଲୋକ ବୁଲିବାକୁ ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.