ଏଣିକି ଦିନକୁ ୧୨ ଘଣ୍ଟା କାମ, ୩ ଦିନ ଛୁଟି! ୩୦୦ Earned Leave ପାଇବେ କର୍ମଚାରୀ, ଜାଣନ୍ତୁ କେବେଠାରୁ ହେଉଛି ନିୟମ ଲାଗୁ

ନୂତନ ବେତନ କୋଡ୍‌କୁ ନେଇ ଜବରଦସ୍ତ ଚର୍ଚ୍ଚା ଚାଲିଛି। ପ୍ରଥମେ ଏହା ଅକ୍ଟୋବର ୨୦୨୧ରେ ଲାଗୁ ହେବାର ଥିଲା। କିନ୍ତୁ ରାଜ୍ୟ ସରକାରମାନଙ୍କର ଅଟକଳ କାରଣରୁ ଏହାକୁ ଲାଗୁ କରାଯାଇ ପାରି ନ ଥିଲା। ଏବେ ଏହି ନିୟମ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୨ରେ ଲାଗୁ କରାଯାଇ ପାରେ। ଏହି ଅବଧି ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ନିଜ ନିଜର ଡ୍ରାଫ୍ଟ ରୁଲ୍ସ ମଧ୍ୟ ପ୍ରସ୍ତୁତ କରି ନେଇଥିବେ। ଏହି ନୂତନ ବେତନ କୋଡ୍‌ ଅଧୀନରେ କର୍ମଚାରୀମାନଙ୍କ ଦରମା, ଛୁଟି ଆଦିରେ ପରିବର୍ତ୍ତନ ହେବ। ଆସନ୍ତୁ ଜାଣିବା ଏହା ବିଷୟରେ।

ରୋଜଗାର ପ୍ରାପ୍ତ ଛୁଟି ବଢ଼ି ୩୦୦ ହେବ

କର୍ମଚାରୀମାନଙ୍କର ରୋଜଗାର ପ୍ରାପ୍ତ ଅବକାଶ (Earned Leave) ୨୪୦ରୁ ବଢ଼ି ୩୦୦ ହୋଇ ପାରେ। ଲେବର କୋଡ୍‌ର ନିୟମରେ ପରିବର୍ତ୍ତନକୁ ନେଇ ଶ୍ରମ ମନ୍ତ୍ରାଳୟ, ଲେବର ୟୁନିୟନ ଏବଂ ଉଦ୍ଦ୍ୟୋଗ ଜଗତର ପ୍ରତିନିଧିଙ୍କ ମଧ୍ୟରେ ଅନେକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା, ଯେଉଁଥିରେ କର୍ମଚାରୀମାନଙ୍କର ରୋଜଗାର ପ୍ରାପ୍ତ ଅବକାଶ ୨୪୦ରୁ ବଢ଼ାଇ ୩୦୦ କରାଯିବାକୁ ଦାବି କରାଯାଇଥିଲା।

ବଦଳିବ ଦରମା ଷ୍ଟ୍ରକ୍ଚର

ନୂଆ ବେତନ କୋଡ୍‌ ଅଧୀନରେ କର୍ମଚାରୀମାନଙ୍କର ଦରମା ଗଠନରେ ପରିବର୍ତ୍ତନ ଆସିବ। ସେମାନଙ୍କର Take Home Salary କମା ଯାଇପାରେ। କାହିଁକିନା, ବେତନ କୋଡ୍‌ ଆକ୍ଟ (Wage Code Act), ୨୦୧୯ ମୁତାବକ, କୌଣସି କର୍ମଚାରୀଙ୍କ ବେସିକ୍‌ ଦରମା କମ୍ପାନୀ ମୂଲ୍ୟ (Cost To Company-CTC)ର ୫୦ ପ୍ରତିଶତରୁ କମ୍‌ ହୋଇ ପାରିବ ନାହିଁ। ଏବେ କେତେକ କମ୍ପାନୀ ବେସିକ୍‌ ଦରମାକୁ କମ୍‌ କରି ଭତ୍ତା ଅଧିକ ଦେଉଛନ୍ତି, ଯେପରି କମ୍ପାନୀ ଉପରେ ବୋଝ କମ୍‌ ପଡ଼ିବ।

ନୂଆ ବେତନ କୋଡ୍‌ରେ କ’ଣ ରହିଛି ଖାସ୍‌

ନୂଆ ବେତନ କୋଡ୍‌ରେ ଏମିତି ଅନେକ ବ୍ୟବସ୍ଥା କରାଯାଇଛି, ଯଦ୍ଦ୍ଵାରା ଅଫିସରେ କାମ କରୁଥିବା ବେତନ ପ୍ରାପ୍ତ ଶ୍ରେଣୀ, ମିଲ୍‌ ଏବଂ କାରଖାନାରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ପ୍ରଭାବିତ କରିବ। କର୍ମଚାରୀମାନଙ୍କ ଦରମାକୁ ନେଇ ସେମାନଙ୍କ ଛୁଟି ଏବଂ କାମର ଘଣ୍ଟା ମଧ୍ୟ ବଦଳି ଯିବ।

କାମର ସମୟ ଏବଂ ଓ୍ଵିକଲି ଅଫ୍‌ ମଧ୍ୟ ବଢ଼ିବ

ସୂଚନା ମୁତାବକ, ନୂଆ ବେତନ କୋଡ୍‌ ଅଧୀନରେ କାମର ଘଣ୍ଟା ବଢ଼ି ୧୨ ହୋଇଯିବ। ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ କହିଛି ଯେ ପ୍ରସ୍ତାବିତ ଲେବର କୋଡ୍‌ରେ ସପ୍ତାହରେ ୪୮ ଘଣ୍ଟା କାମ କରିବାର ନିୟମ ଲାଗୁ ରହିବ। ବାସ୍ତବରେ, କିଛି ୟୁନିୟନ ୧୨ ଘଣ୍ଟା କାମ ଏବଂ ୩ ଦିନର ଛୁଟି ନିୟମ ଉପରେ ପ୍ରଶ୍ନ ଉଠାଇଥିଲେ। ସରକାର ଏହା ଉପରେ ନିଜ ସଫେଇ ଦେଇ କହିଛନ୍ତି କି, ସପ୍ତାହରେ ୪୮ ଘଣ୍ଟା କାମ କରିବାର ନିୟମ ହିଁ ରହିବ। ଯଦି କେହି ଦିନରେ ୮ ଘଣ୍ଟା କାମ କରୁଛି, ତ ତାଙ୍କୁ ସପ୍ତାହରେ ୬ ଦିନ କାମ କରିବାକୁ ହେବ ଏବଂ ଗୋଟିଏ ଦିନ ଛୁଟି ମିଳିବ। ଆଉ ଯଦି କୌଣସି କମ୍ପାନୀ ଦିନରେ ୧୨ ଘଣ୍ଟା କାମ ଆଦାୟ କରୁଛନ୍ତି, ତ ବାକି ୩ ଦିନ ତାଙ୍କ କର୍ମଚାରୀଙ୍କୁ ଛୁଟି ଦେବେ। ଯଦି କାମର ଘଣ୍ଟା ବଢ଼ାଯିବ, ତ କାମ କରିବାର ଦିନ ୬ ଜାଗାରେ ୫ କିମ୍ବା ୪ ରହିବ। କିନ୍ତୁ ଏଥିପାଇଁ କର୍ମଚାରୀ ଏବଂ କମ୍ପାନୀ ଦୁଇଜଣଙ୍କ ଭିତରେ ସହମତି ରହିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.