ସିଲିଣ୍ଡର ପରେ ଏବେ ପେଟ୍ରୋଲ ଓ ସିଏନ୍‌ଜିର ହେବ ହୋମ୍‌ ଡେଲିଭରି; ଯୋଜନା କରୁଛନ୍ତି ସରକାର

ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡିଜେଲ ପରେ ଏବେ ପେଟ୍ରୋଲ ଓ ସିଏନ୍‌ଜି ଭଳି ଇନ୍ଧନର ହୋମ ଡେଲିଭରି କରିବାକୁ ଯୋଜନା କରୁଛନ୍ତି ସରକାର। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ, ସିଏନ୍‌ଜି, ଏଲ୍‌ପିଜି, ଏଲ୍‌ଏନ୍‌ଜି ଭଳି ସବୁ ପ୍ରକାରର ଇନ୍ଧନର କ୍ଷୁଦ୍ର ବିକ୍ରିକୁ ନୂଆ ରୂପରେ ଆଣିବାକୁ ଯୋଜନା କରାଯାଉଛି। ଏହି ନୂଆ ଯୋଜନାରେ ସମସ୍ତ ଇନ୍ଧନକୁ ଗୋଟିଏ ସ୍ଥାନରେ ବିକ୍ରି କରାଯିବ।

ସୂଚନାଯୋଗ୍ୟ ଯେ ଦେଶର ସବୁଠୁ ବଡ଼ ଇନ୍ଧନ କମ୍ପାନୀ ଇଣ୍ଡିଆନ୍‌ ଅଏଲ ୨୦୧୮ ସେପ୍ଟେମ୍ବର ମାସରେ ଏକ ମୋବାଇଲ ଡିସ୍‌ପେନ୍ସ ମାଧ୍ୟମରେ ଡିଜେଲର ହୋମ୍‌ ଡେଲିଭରି ଆରମ୍ଭ କରିଥିଲା। ତେବେ ଏହି ସେବା କେତେକ ସ୍ୱତନ୍ତ୍ର ସହରରେ ଉପଲବ୍ଧ ଅଛି।

Odisha to script new chapter in steel growth: Union Minister ...

ଅନ୍ୟପଟେ ପେଟ୍ରୋଲ, ଡିଜେଲ ଭଳି ଇନ୍ଧନ ଅତ୍ୟଧିକ ପ୍ରାକୃତିକ ଜ୍ୱଳନଶୀଳ ପ୍ରକୃତିର। ଏହି କାରଣରୁ ଏହାର ହୋମ୍‌ ଡେଲିଭରି କରିବା ବିପଦଜନକ। ଏଣୁ ଏହାର ଡେଲିଭରି ପୂର୍ବରୁ ସୁରକ୍ଷା ପ୍ରତି ଦୃଷ୍ଟି ହେବାକୁ ଦାବି ହେଉଛି। ତେବେ ଦେଶରେ କେବେ ଠାରୁ ଏହି ସବୁ ଇନ୍ଧନର ହୋମ୍‌ ଡେଲିଭରି ଆରମ୍ଭ ହେବ ସେ ନେଇ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.