ଖୁବ୍ ଶୀଘ୍ର ବଜାରକୁ ଆସିବ ୭୫ ଟଙ୍କିଆ କଏନ୍, ମୋଦି ସରକାରଙ୍କ ପୁଣି ଏକ ବଡ଼ ଘୋଷଣା

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଖୁବ୍ ଶୀଘ୍ର ବଜାରକୁ ଆସିପାରେ ୭୫ ଟଙ୍କିଆ କଏନ୍ । ଆଣ୍ଡାମାନ୍ ନିକୋବରର ରାଜଧାନୀ ପୋର୍ଟବ୍ଲେୟରରେ ସୁଭାଷ ଚନ୍ଦ୍ର ବୋଷଙ୍କ ତ୍ରିରଙ୍ଗ ଉଡାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରିଛନ୍ତି ମୋଦି । ୩୦ ସେପ୍ଟେମ୍ବର ୧୯୪୩ରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇଥିଲେ ନେତାଜୀ । ତେଣୁ ଏହି କୋମେମୋରେଟିଭ କଏନ ବା ସ୍ମୃତିରକ୍ଷା ପାଇଁ ଉଦ୍ଦିଷ୍ଟ କଏନ ଜାରି କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଅର୍ଥ ମନ୍ତ୍ରାଳୟ ତରଫରୁ ନୋଟିଫିକେସନ୍ ଜାରି କରାଯାଇଛି ।

ଏବେ ନଜର ପକାନ୍ତୁ କଣ ଏହି ୭୫ ଟଙ୍କିଆ କଏନର ବିଶେଷତ୍ବ :

– ୭୫ ଟଙ୍କିଆ ଏହି କଏନର ଓଜନ ରହିବ ୩୫ ଗ୍ରାମ୍ ।

– ଏଥିରେ ୫୦ ପ୍ରତିଶତ ଚାନ୍ଦି, ୪୦ ପ୍ରତିଶତ ତମ୍ବା ଏବଂ ୫-୫ ପ୍ରତିଶତ ନିକଲ ଏବଂ ଜିଙ୍କ୍ ରହିବ ।

– କଏନରେ ସେଲ୍ୟୁଲର୍ ଜେଲର ପଛରେ ତ୍ରିରଙ୍ଗାକୁ ସଲାମ ଦେଉଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ଛବି ରହିବ ।

– ପୋଟ୍ରେଟ୍ ତଳେ ଦେବନଗରୀ ଏବଂ ଇଂରାଜିରେ ପ୍ରଥମ ଧ୍ବଜାବରଣ ଦିବସ ଲେଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.