ସରକାରୀ ଚାକିରୀ ଚାହୁଁଛନ୍ତି କି, ନିଶ୍ଚୟ ପଢନ୍ତୁ ଏହି ରିପୋର୍ଟ

ଦେଶରେ ରାଜ୍ୟ ଏବଂ କେନ୍ଦ୍ର ସ୍ତରରେ ସରକାରୀ ଚାକିରୀର ବିଜ୍ଞପ୍ତି ବାହାରୁଛି। ଯଦି ଆପଣ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସବୁଠାରୁ ଭଲ ସୁଯୋଗ। ନ୍ୟାସନାଲ ହାଉସିଂ ବ୍ୟାଙ୍କ (NHB) ରେ ଚାକିରୀ ପାଇବା ପାଇଁ ଏଠାରେ ସୁଯୋଗ ରହିଛି। ଏହି ବ୍ୟାଙ୍କ ଆସିଷ୍ଟାଣ୍ଡ ମ୍ୟାନେଜର ପଦବୀ ପାଇଁ ୧୫ଟି ବିଜ୍ଞପ୍ତି ବାହାର କରିଛନ୍ତି। ଏହି ପଦରେ ଚାକିରୀ ପାଇବା ପାଇଁ ଇଛୁକ ବ୍ୟକ୍ତିମାନେ ୨୮ ମାର୍ଚ୍ଚ ୨୦୧୯ ପର୍ଯ୍ଯନ୍ତ ଆବେଦନ କରିପାରିବେ। ଏହାର ଅନଲାଇନ ଆବେଦନ ୧୨ ଅପ୍ରେଲ ୨୦୧୯ ପର୍ଯ୍ଯନ୍ତ ମଞ୍ଜୁରି କରାଯିବ। ରକ୍ଷା ଅନୁସନ୍ଧାନ, ବିକାଶ ସଙ୍ଗଠନ (DRDO), ରିସର୍ଚ୍ଚ ଆସୋସିଏଟ (RA) ଏବଂ ଜୁନିୟର ରିସର୍ଚ୍ଚ ଫେଲୋ (JRE) ଏହି ସବୁ ପଦବୀ ପାଇଁ ବ୍ୟାଙ୍କ ଆବେଦନକାରୀଙ୍କ ପାଇଁ ଇଣ୍ଟରଭ୍ୟୁ ଆରମ୍ଭ କରିଛି। HSSC ମଧ୍ୟ ‘ଗ୍ରୁପ ଡି’ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଡି ପଦବୀ ପାଇଁ ୨୪୯ଟି ସିଟ୍ ଖାଲି ରହିଛି। ଆବେଦନ କରୁଥିବା ବ୍ୟକ୍ତିମାନେ ୧୦ମ ପାସ କରିଥିବା ଆବଶ୍ୟକ।

ଆଜିଠାରୁ ରେଲୱେ Ministerial And Isolated Categories ପାଇଁ ଆବେଦନ ଆରମ୍ଭ ହୋଇଛି।RRB NTPC ଏବଂ RRB Para Medical ପାଇଁ ଆବେଦନ ପୂର୍ବରୁ ଆରମ୍ଭ ହୋଇସାରିଛି। ସେହିପରି RRC ଲେବୁଲ ୧ ର ଆବେଦନ ୧୨ ମାର୍ଚ୍ଚରୁ ଆରମ୍ଭ ହେବ। ଏହାର ଆବେଦନ ଆପଣ ଆର ଆର ବି ୱେବସାଇଡ ଜରିଆରେ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.