ମାଗଣାରେ ୩ ଓଳି ଖାଦ୍ୟ ହୋଇଯିବ ପ୍ରସ୍ତୁତ, ସରକାର ଲଞ୍ଚ୍‌ କଲେ ଖାସ୍‌ ଷ୍ଟୋଭ୍‌

ଏବେ ଗ୍ୟାସ୍‌ ଖର୍ଚ୍ଚରୁ ମିଳିବ ମୁକ୍ତି। ଆର ଦରକାର ପଡିବନି ରନ୍ଧନ ଗ୍ୟାସ ସିଲିଣ୍ଡର। ହଁ ଆପଣ ଯାହା ଶୁଣୁଛନ୍ତି ଏକଦମ୍‌ ଠିକ୍‌ ଶୁଣୁଛନ୍ତି ଏବେ ୩ ଓଳି ଖାଦ୍ୟ ପ୍ରସ୍ତୁତ କରିବେ ସମ୍ପୂର୍ଣ୍ଣ ମାଗଣାରେ। ଭାବୁଛନ୍ତି କି କେମିତି ତାହେଲେ ଆସନ୍ତୁ ଜାଣିବା।

ରନ୍ଧନ ଗ୍ୟାସ ବା ଏଲପିଜି ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି | ଆଉ ଏଥିରେ ମଧ୍ୟବିତ ପରିବାରଙ୍କ ଉପରେ ବିଶେଷ ପ୍ରଭାବ ପଡୁଛି | ଆପଣ ମଧ୍ୟ ଏଲପିଜି ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତାରେ ପଡିଯାଇଛନ୍ତି କି? ଯଦି ହଁ, ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟୋଭ ବାବଦରେ କହିବୁ ଯେଉଁଥିରେ ବିଦ୍ୟୁତ ଶକ୍ତି ଓ ରନ୍ଧନ ଗ୍ୟାସ ବିନା ବି ଆପଣ ରୋଷେଇ କରିପାରିବେ।

ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ତରଫରୁ ସୂର୍ଯ୍ୟ ନୂତନ ନାମକ ଏକ ଷ୍ଟୋଭ ଲଞ୍ଚ କରାଯାଇଛି, ଯେଉଁଥିରେ ପ୍ରତିଦିନ ବିନା ଗ୍ୟାସ୍ ଖର୍ଚ୍ଚରେ ଆପଣ ଖାଦ୍ୟ ରାନ୍ଧିପାରିବେ । ସୂର୍ଯ୍ୟ ନୂତନ ସୋଲାର ଷ୍ଟୋଭକୁ ଖରାରେ ରଖିବାର ଆବଶ୍ୟକତା ନାହିଁ। ଆପଣ ଏହାକୁ କିଚେନରେ କିମ୍ବା ଅନ୍ୟ ଯେକୌଣସି ସ୍ଥାନରେ ରଖି ନିଜ ସୁବିଧା ମୁତାବକ ବ୍ୟବହାର କରିପାରିବେ। ଏହାକୁ ସ୍ଥାୟୀ ଭାବରେ ଗୋଟିଏ ଯାଗାରେ ବି ରଖିପାରିବେ। ଯେମିତି ଆପଣ କିଚେନରେ ଗ୍ୟାସ ଷ୍ଟୋଭ ରଖନ୍ତି ବିଲକୁଲ ସେମିତି।

ଫରିଦାବାଦର ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଦ୍ୱାରା ଏହି ବିଶେଷ ପ୍ରକାରର ଚୁଲା ତିଆରି କରାଯାଇଛି । ଏହା ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ୟାଟେଣ୍ଟ୍ ହୋଇଥିବାବେଳେ ସୂର୍ଯ୍ୟ ନୂତନ ସୋଲାର ଷ୍ଟୋଭ୍ ସାଧାରଣ ସୌର ଷ୍ଟୋଭ ଠାରୁ ଭିନ୍ନ । ବଡ କଥା ହେଉଛି ସୂର୍ଯ୍ୟ ନୂତନ ସୋଲାର ଷ୍ଟୋଭକୁ ସୂର୍ଯ୍ୟ କିରଣରେ ରଖିବା ଆବଶ୍ୟକ ନାହିଁ। ଏହା ଏକ ସ୍ପିଲଟ ଏସି ପରି କାର୍ଯ୍ୟ କରିଥାଏ। ଅର୍ଥାତ ଏହାର ଗୋଟିଏ ୟୁନିଟ୍ ସୂର୍ଯ୍ୟକିରଣରେ ରଖାଯିବା ସହିତ ଅନ୍ୟ ୟୁନିଟ୍ ରୋଷେଇ ଘରେ ମଧ୍ୟ ସ୍ଥାପନ କରାଯାଇପାରିବ। ବଡ କଥା ଯେ ଏହା ଏକ ରିଚାର୍ଜେବଲ ଏବଂ ଇନଡୋର ସୋଲାର କୁକିଙ୍ଗ୍‌ ସିଷ୍ଟମ।

ଏହାର ଅର୍ଥ ଆପଣ ସୂର୍ଯ୍ୟକିରଣ କମ ଥିଲେ ମଧ୍ୟ ଷ୍ଟୋଭ୍ ବ୍ୟବହାର କରିପାରିବେ। ଏହା ସହିତ, ରାତିରେ ମଧ୍ୟ ଖାଦ୍ୟ ରନ୍ଧାଯାଇପାରିବ। ସୂର୍ଯ୍ୟ ନୂତନ ଚୁଲାର ବେସ୍ ଭାରିଆଣ୍ଟର ମୂଲ୍ୟ ୧୨,୦୦୦ ଟଙ୍କା ଥିବାବେଳେ ଟପ୍ ଭାରିଆଣ୍ଟ୍ ମୂଲ୍ୟ ୨୩,୦୦୦ ଟଙ୍କା ରହିଛି।

ଇଣ୍ଡିଆନ୍‌ ଅଏଲର କହିବା କଥା ଯେ ଆଗାମୀ ସମୟରେ ସୋଲାର ଷ୍ଟୋଭର ଦାମ୍‌ କମ୍‌ ହୋଇପାରେ। କମ୍ପାନୀ ନିକଟରେ ବଜାରରେ ନିଜର ଏହି ସୋଲାର ଷ୍ଟୋଭକୁ ଲଞ୍ଚ୍‌ କରିଛି। ଆପଣ ଏହି ଷ୍ଟୋଭକୁ ଘରକୁ ଆଣି ମହଙ୍ଗା ରନ୍ଧନ ଗ୍ୟାସର ଦାମରୁ ମୁକ୍ତି ପାଇପାରିବେ। ତେବେ ସରକାର ଆଗାମୀ ଦିନରେ ଷ୍ଟୋଭ ଉପରେ ସବସିଡି ଦେଇପାରନ୍ତି | ଯାହାର ଅର୍ଥ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.