ବାର୍ଷିକ ୧୦ ଲକ୍ଷ ଟଙ୍କା ଉଠାଉଛନ୍ତି କି? ଦେବାକୁ ପଡିପାରେ ଆପଣଙ୍କୁ ଟ୍ୟାକ୍ସ

ନୂଆଦିଲ୍ଲୀ : ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମୋଦୀ ସରକାର ନେଇ ପାରନ୍ତି ନିଷ୍ପତ୍ତି । ଯେଉଁଥି ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କ ଉପରେ ଟ୍ୟାକ୍ସ ଲଗାଇବା ପାଇଁ ଚିନ୍ତା କରିଛନ୍ତି ମୋଦୀ ସରକାର। ସରକାରଙ୍କ କହିବା ଅନୁଯାୟୀ ଅଧିକାଂଶ ବ୍ୟକ୍ତି ଓ ବ୍ୟବସାୟୀମାନଙ୍କୁ ବାର୍ଷିକ ୧୦ ଲକ୍ଷରୁ ଅଧିକ ଟଙ୍କା ଉଠାଣର ଆବଶ୍ୟକତା ନାହିଁ। ଏନେଇ ସରକାର ଆଲୋଚନା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ମାତ୍ର ଏହି ଯୋଜନାକୁ ନେଇ ଏଯାଏଁ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

currencyମିଳିଥିବା ସୂଚନା ଅନୁସାରେ, ଆଧାର ବାଧ୍ୟତାମୂଳକ ପ୍ରସଙ୍ଗ ମଧ୍ୟ ବଚାରାଧୀନ ରହିଛି। ୫୦ ହଜାରରୁ ଅଧିକ ଟଙ୍କା ଜମା କରିବା ସମୟରେ ପ୍ୟାନ୍‍ କାର୍ଡ଼ ଯେପରି ବାଧ୍ୟତାମୂଳକ ସେହିପରି ଅଧିକ ଟଙ୍କା ନେଣଦେଣ ପାଇଁ ଆଧାର ପ୍ରମାଣପତ୍ରକୁ ମଧ୍ୟ ବାଧ୍ୟତାମୂଳକ କରାଇବା ପ୍ରସ୍ତାବକୁ ନେଇ ବିଚାର ଜାରି ରହିଛି। କାଗଜ ମୁଦ୍ରାର ପ୍ରଚଳନକୁ କମ୍‍ କରିବା ଓ କଳାଧନ ଉପରୁ ପରଦା ଉଠାଇବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।