ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ସ୍କିମରେ ଆପଣଙ୍କୁ ମିଳିବ ବଡ ରିଟର୍ଣ୍ଣ ରାଶି। ଏଥିରେ ନିବେଶ କରିବାର ଶୁଳ୍କ ମଧ୍ୟ ରହିଛି ଅତିକମ୍। ଆପଣ ଚାହିଁଲେ ଅତି ସହଜରେ ଏହି ସ୍କିମର ଫାଇଦା ଉଠାଇ ପାରିବେ। ଏମିତିରେ ଆପଣଙ୍କୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୁରା ୩୫ ଲକ୍ଷ ଟଙ୍କା ମିଳିବ।
ପୋଷ୍ଟ ଅଫିସରେ କରାଯାଇଥିବା ସବୁ ପ୍ରକାର ସ୍କିମ କେନ୍ଦ୍ରସରକାରଙ୍କ ଅଧିନରେ ଚାଲିଥାଏ। ତେଣୁ ଏହା ସୁରକ୍ଷିତ ନିବେଶ ବୋଲି ଆପଣ କହିପାରିବେ। ସାଧାରଣ ଭାବେ ଯେକୌଣସି ନିବେଶ କରିବା ସମୟରେ ରିସ୍କ ଫାକ୍ଟର ରହିଥାଏ। କିନ୍ତୁ ସମସ୍ତେ ରିସ୍କ ନେବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ଯଦି ଆପଣ ସୁରକ୍ଷିତ ନିବେଶ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସ ଉପରେ ଆପଣ ଭରସା କରିପାରିବେ। ଏହା ଜିରୋ ରିସ୍କରେ ଆପଣଙ୍କ ରାଶିକୁ ସିକ୍ୟୁର ରଖିଥାଏ। ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ।
ପୋଷ୍ଟ ଅଫିସର ଛୋଟ ନିବେଶ ଯୋଜନା ଆପଣଙ୍କ ପାଇଁ ସବୁଠୁ ଭଲ ଅସପନ ରହିବ। ଏଥିରେ ରିକ୍ସ ଫାକ୍ଟର ମଧ୍ୟ କମ ଥାଏ। ଏହାସହ ରିଟର୍ଣ୍ଣ ମଧ୍ୟ ଭଲ ମିଳେ। ଆମେ ଏବେ ଯେଉଁ ନିବେଶ ସମ୍ପର୍କରେ କହୁଛୁ ତାହା ହେଉଛି ଗ୍ରାମ ସୁରକ୍ଷା ସ୍କିମ । ଇଣ୍ଡିଆ ପୋଷ୍ଟ ଅଫିସ ଦ୍ୱାରା ବାହାରିଥିବା ଏହି ଯୋଜନା ଏକ ଏମିତି ବିକଳ୍ପ ଯେଉଁଥିରେ ଆପଣଙ୍କୁ ବଢ଼ିଆ ଜମା ରାଶି ମିଳିବ। ଏହି ଯୋଜନାରେ ଆପଣଙ୍କୁ ସବୁ ମାସରେ ୧୫୦୦ ଟଙ୍କା ଜମା କରିବାକୁ ହେବ। ନିୟମିତ ଭାବେ ଏପରି କେଲ ଆପଣଙ୍କ ଜମା ରାଶି ମାଚ୍ୟୁରିଟି ସମୟରେ ୩୧ ରୁ ୩୫ ଲକ୍ଷ ଟଙ୍କା ଭିତରେ ମିଳିବ।
ଏବେ ଜାଣନ୍ତୁ ଏହାର ନିୟମ:
– ୧୫ ରୁ ୫୫ ବର୍ଷ ମଧ୍ୟରେ ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାର ଲାଭ ଉଠାଇପାରିବେ।
– ଏହାର ନ୍ୟନୁତମ ବୀମା ରାଶି ୧୦ ହଜାର ଟଙ୍କା ରୁ ୧୦ ଲକ୍ଷ ଟଙ୍କା ହେବ।
– ଏହାର ପ୍ରିମିୟମ ଭୁଗତାନ ମାସିକ, ତ୍ରୈୟିମାସିକ, ଅର୍ଧବାର୍ଷିକ ଓ ବାର୍ଷିକ ଆକାରରେ ରହିଛି।
– ଆପଣଙ୍କୁ ପ୍ରିମିୟମ ର ପେମେଣ୍ଟ କରିବା ପାଇଁ ୩୦ ଦିନର ଛାଡ ମିଳିବ।
– ଏଥିରେ ଆପଣ ଲୋନ ମଧ୍ୟ ନେଇପାରିବେ।
– ଆପଣ ଏହି ସ୍କିମ ନେବା ପରେ ୩ ବର୍ଷ ପରେ ଆପଣ ଏହାକୁ ସରେଣ୍ଡର କରିପାରିବେ। କିନ୍ତୁ ଏଥିରେ ଆପଣଙ୍କୁ ବେଶି ଫାଇଦା ମିଳିବ ନାହିଁ।
ଏମିତିରେ ଯଦି ଜଣେ ୧୯ ବର୍ଷ ବୟସରେ ନିବେଶ କରୁଛି ତେବେ ମାସିକ ପ୍ରମିିୟମ ହିସାବରେ ୧୫୧୫ ଟଙ୍କା, ୫୮ ବର୍ଷ ପାଇଁ ୧୪୬୩ ଟଙ୍କା, ୬୦ ବର୍ଷ ପାଇଁ ୧୪୧୧ ଟଙ୍କା ହେବ । ଏମିିତିରେ ପଲିସି ଧାରକଙ୍କୁ ଯଥାକ୍ରମେ ୩୧.୬୦ ଲକ୍ଷ ଟଙ୍କା, ୩୩.୪୦ ଲକ୍ଷ ଟଙ୍କା ଓ ୩୪.୬୦ ଲକ୍ଷ ଟଙ୍କା ମାଚ୍ୟୁରିଟି ସମୟରେ ବେନିଫିଟ ମିଳିବ।