ଆଇଟିଆଇ ପାସ୍ କରିଥିଲେ କରନ୍ତୁ ରେଲୱେ ଚାକିରି, ଏମିତି କରନ୍ତୁ ଆବେଦନ

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ତେବେ ରେଲୱେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ସେଲ ୱେଷ୍ଟର୍ନ ରେଲୱରେ ଆପରଣ୍ଟିସ ୩୫୯୧ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ଅନଲାଇନରେ ଆବେଦନ କରିବା ପାଇଁ ୨୪ ଜୁନ୍ ୨୦୨୧ ପର୍ଯ୍ଯନ୍ତ ଆବେଦନ କରିପାରିବେ।

ପଦବୀ ବିବରଣୀ: ୩୫୯୧

ଫିଟର, ୱେଲଡର, ମେକାନିଷ୍ଟ, କାରପେଣ୍ଟର, ମେକାନିକ, ପ୍ରୋଗ୍ରାମିଂ ଆଣ୍ଡ ସିଷ୍ଟମ ଆଡମିନିଷ୍ଟ୍ରେସନ ଆସିଷ୍ଟାଣ୍ଟ, ଇଲେକ୍ଟ୍ରିସିଆନ, ଇଲେକ୍ଟ୍ରାନିକ୍ସ, ମେକାନିକ, ୱେୟାରମ୍ଯାନ, ପାଇପ ଫିଟର, ପ୍ଲମ୍ବର, ଡ୍ରାଫ୍ଟମ୍ଯାନ ଏବଂ ଷ୍ଟେନୋଗ୍ରାଫର ଟ୍ରେଡରେ ଆଇଟିଆଇ କରିଥିବା ଯୁବପିଢି ଆବେଦନ କରିପାରିବେ।
ଜରୁରୀ ତାରିଖ: ନୋଟିଫିକେସନ ମୁତାବକ, ଅନଲାଇନ ଆବେଦନ କରିବାର ତାରିଖ ୨୫ ମଇ ୨୦୨୧ରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ଜୁନ ୨୪, ୨୦୨୧ ପର୍ଯ୍ଯନ୍ତ ରହିଛି।

ବୟସ ସୀମା: ଆବେଦକଙ୍କ ସର୍ବନିମ୍ନ ବୟସ ୧୫ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହୋଇଥିବା ଆବଶ୍ଯକ। ରିର୍ଜଭ କ୍ଯାଟେଗୋରୀ ପାଇଁ ପ୍ରାର୍ଥୀଙ୍କ ବୟସ ସୀମାରେ ରିହାତି ରହିଛି।

ଆବେଦନ ଶୁଳ୍କ: ସାମାନ୍ଯ, ଓବିସି ଏବଂ EWC କ୍ଯାଟେଗୋରୀ ପାଇଁ ଆବେଦନଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।
ଅନୁସୂଚିତ ଜାତି/ ଜନଜାତି ଏବଂ ଦିବ୍ଯାଙ୍ଗ ପାଇଁ ଆବେଦନ ଶୁଳ୍କ ନାହିଁ।

ଏମିତି କରନ୍ତୁ ଆବେଦନ: ଏହି ପଦବୀରେ ଆବେଦନ କରିବା ପାଇଁ ଯୋଗ୍ଯ ପ୍ରାର୍ଥୀ ରେଲୱେ ରିକ୍ରିଟମେଣ୍ଟ ସେଲ ୱେଷ୍ଟର୍ନ ରେଲୱେର ୱେବସାଇଟ https://www.rrc-wr.com କୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.