Railway Group C Recruitment 2022: ବିନା ପରୀକ୍ଷାରେ ସିଧା ଇଣ୍ଟରଭ୍ୟୁରୁ ପାଆନ୍ତୁ ଚାକିରି
ଇଷ୍ଟ କୋଷ୍ଟ ରେଲେଓ୍ଵ ଗ୍ରୁପ ସି ପଦ ପାଇଁ ବିନା ପରୀକ୍ଷାରେ ସିଧା ଇଣ୍ଟରଭ୍ୟୁ ଦ୍ୱାରା ଭର୍ତ୍ତି ପାଇଁ ପାଇପାରିବେ। ଯୋଗ୍ୟ ଏବଂ ଇଚ୍ଛୁକ ଆଶାୟୀ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ରେଲେଓ୍ଵର ଏହି ଭର୍ତ୍ତିରେ ଆବେଦନ କରିଥିବା ପ୍ରାର୍ଥୀ ୩୧ ଜାନୁୟାରୀ ୨୦୨୨ ସକାଳ ୧୧ ଟାରେ ହେବାକୁ ଥିବା ଓ୍ଵାଇକନ୍ ଇଣ୍ଟରଭ୍ୟୁରେ ଭାଗ ନେଇପାରିବେ।
ଇଷ୍ଟ କୋଷ୍ଟ ରେଲେଓ୍ଵର ଏହି ଭର୍ତ୍ତି ଜରିଆରେ ମୋଟ ୮ଟି ପଦ ପାଇଁ ଭର୍ତ୍ତି କରାଯାଉଛି। ଇଣ୍ଟରଭ୍ୟୁ ସ୍ଥାନ ଏବଂ ଠିକଣା ବିଷୟରେ ଜାଣିବାକୁ ହେଲେ ଆଶାୟୀ ପ୍ରାର୍ଥୀ ନୋଟିଫିକେସନକୁ ପଢ଼ି ସୂଚନା ପାଇପାରିବେ।
କରୋନା ମହାମାରୀକୁ ଧ୍ୟାନରେ ରଖି ଏହା ନିଷ୍ପତ୍ତି ନିଆଯାଇଛି ଯେ ସାକ୍ଷାତକାରରେ ଆସିଥିବା ପ୍ରାର୍ଥୀଙ୍କ ସଂଖ୍ୟା ହିସାବରେ ଇଣ୍ଟରଭ୍ୟୁ ଏକ ରୁ ଅଧିକ ଦିନ ପର୍ଯ୍ୟନ୍ତ ନିଆଯାଇପାରେ। କିନ୍ତୁ ଏହା ପ୍ରାର୍ଥୀଙ୍କ ସଂଖ୍ୟା ଉପରେ ନିର୍ଭର କରିବ।
ନର୍ସିଙ୍ଗ ସୁପରିଟେଣ୍ଡେଣ୍ଟ – ୭ଟି ପଦ
ଫାର୍ମାସିଷ୍ଟ – ୧ ପଦ
ଯୋଗ୍ୟତା : ଜେନେରାଲ ନର୍ସିଙ୍ଗ ଏବଂ ମିଡଓ୍ଵାଇଫରୀରେ ତିନି ବର୍ଷର କୋର୍ସ ହୋଇଥିବ। ତାହା ସହିତ କୌଣସି ନର୍ସିଙ୍ଗ କାଉନସିଲରେ ରେଜିଷ୍ଟ୍ରେସନ ମଧ୍ୟ ରହିଥିବ। ସେହିପରି ଫାର୍ମାସିଷ୍ଟ ପାଇଁ ସାଇନ୍ସ ଷ୍ଟ୍ରୀମରେ ୧୦ମ ଏବଂ +୨ ବର୍ଷୀୟ ଡିପ୍ଲୋମା ମଧ୍ୟ ହୋଇଥିବା ଆବଶ୍ୟକ।
ଏହାଛଡା କୌଣସି ବି ମାନ୍ୟତା ପ୍ରାପ୍ତ ଫାର୍ମାସୀ କାଉନସିଲରେ ରେଜିଷ୍ଟ୍ରେସନ ମଧ୍ୟ ଥିବା ଜରୁରୀ।
ବୟସ ସୀମା : ନର୍ସିଙ୍ଗ ସୁପରିଟେଣ୍ଡେଣ୍ଟ ପାଇଁ ୨୦ ରୁ ୪୦ ବର୍ଷ। ଫାର୍ମାସିଷ୍ଟ ପାଇଁ ୨୦ ରୁ ୩୫ ବର୍ଷ।
ଚୟନ ପ୍ରକ୍ରୀୟା : ସାକ୍ଷାତକାରରେ ମନୋନିତ ପ୍ରାର୍ଥୀଙ୍କୁ କଣ୍ଟ୍ରାକ୍ଟ ବେସରେ ଏକ ନିର୍ଦ୍ଧାରିତ ଅବଧି ପାଇଁ ନିଆଯିବ। ଚୟନ ପ୍ରାର୍ଥୀଙ୍କର କଣ୍ଟ୍ରାକ୍ଟ ପିରିୟଡ୍ କରୋନା ମହାମାରୀ ଉପରେ ନିର୍ଭର କରିବ।