Harley-Davidson ଆଣିଲା ନୂଆ ଇଲେକ୍ଟ୍ରିକ ସାଇକେଲ, ଜାଣନ୍ତୁ କ’ଣ ରହିଛି ସ୍ୱତନ୍ତ୍ରତା

ନୂଆ ଇଲେଟ୍ରିକ ସାଇକେଲ ଲଞ୍ଚ କରିଛି Harley-Davidson । ଏହା ଦେଖିବାକୁ ସାଧାରଣ ସାଇକେଲ ଠାରୁ ଅଲଗା ନୁହେଁ। ହାର୍ଲି ଡେଭିଡସନ ଆଗାମୀ ସମୟରେ ଇ-ବାଇକ୍‌ ଡିଭିଜନକୁ Serial 1 cycle କମ୍ପାନୀ ନାମରେ ଆଣିପାରେ।

ସୂଚନାଯୋଗ୍ୟ, ୧୯୦୩ରେ ହାର୍ଲି ଡେଭିଡସନ ସବୁଠାରୁ ପୁରୁଣା ମୋଟରସାଇକେଲର ନାମ Serial Number One ରଖିଥିଲା। ତେଣୁ କମ୍ପାନୀ ଏହି ସାଇକେଲ ତିଆରି କରିବା ପାଇଁ ଅଲଗା ଟିମ୍‌ ପ୍ରସ୍ତୁତ କରିଛି। ଏହାଯୋଗୁଁ କମ୍ପାନୀ ଏହାର ନାମ serial 1 ମଧ୍ୟ ରଖିଛି। ଏହି ଇଲେକ୍ଟ୍ରିକ ବାଇକର ବିକ୍ରି ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଇଛି। କିନ୍ତୁ କମ୍ପାନୀ ଏପର୍ଯ୍ୟନ୍ତ ସାଇକେଲର କୌଣସି ସ୍ପେସିଫିକେସନ ସେୟାର କରିନାହିଁ।

cylcle

ଏହି ସାଇକେଲରେ ହ୍ଵାଇଟ ରଙ୍ଗର ଟାୟର ଦିଆଯାଇଛି। ଏଥିରେ ସାଧାରଣ ସାଇକେଲ ଭଳି ସିଟ୍‌, ଟ୍ରାଡିସନାଲ ଚେନ ଏବଂ ପ୍ୟାଡଲେସ ଦିଆଯାଇଛି। ଏହି ସାଇକେଲର କାଉନଡାଉନ ଟାଇମର ୧୬ ନଭେମ୍ବର ପର୍ଯ୍ୟନ୍ତ ରହିବ। ତେଣୁ କମ୍ପାନୀ ୧୬ ନଭେମ୍ବର ପର୍ଯ୍ୟନ୍ତ ଏହାର ଅଲଗା କିଛି ବିବରଣୀ ସେୟାର କରିପାରିବେ। ଏହି ସାଇକେଲ କିଭଳି କାମ କରିବ ତାହା ଆଗକୁ ଜଣାପଡିବ।

Leave A Reply

Your email address will not be published.