ହାରଲେ ଡେଭିଡସନ ଆଣୁଛି 350cc ବାଇକ, ଡିଜାଇନ ଏବଂ ଲୁକ କୁ ଦେଖି royal ଏନଫିଲଡ଼ର ବଢିବ ଚିନ୍ତା

ରୋୟାଲ ଏନଫିଲଡର ବଢିବ ଟେନ୍ସନ। ଲୋକପ୍ରିୟ ଟୁ-ହୁଇଲର ନିର୍ମାଣକାରୀ କମ୍ପାନୀ ରୋୟାଲ ଇନଫିଲଡକୁ ଟକ୍କର ଦେବାକୁ ଆସୁଛି ଆଉ ଗୋଟେ ଦମଦାର ବାଇକ ।

ବହୁତ ଜଲ୍ଦି ରୋୟାଲ ଏନଫିଲଡର ବଢିବ ଟେନ୍ସନ। ଲୋକପ୍ରିୟ ଟୁ-ହୁଇଲର ନିର୍ମାଣକାରୀ କମ୍ପାନୀ ରୋୟାଲ ଇନଫିଲଡକୁ ଟକ୍କର ଦେବାକୁ ଆସୁଛି ଆଉ ଗୋଟେ ଦମଦାର ବାଇକ । ୫୦ସିସି ବାଇକ ସେଗମେଣ୍ଟରେ ରୋୟାଲ ଇନଫିଲଡର ଦବଦବା କାୟମ ରହିଛି । ଯଦିଓ ବହୁତ ଜଲଦି ରୋୟାଲ ଏନଫିଲଡ଼ ପାଇଁ ମୁସ୍କିଲ ବଢ଼ିପାରେ । ଲୋକପ୍ରିୟ କମ୍ପାନୀ ହାରଲେ ଡେଭିଡସନ ମିଡ଼ିଲୱେଟ ସେଗମେଣ୍ଟରେ ନୂଆ ପ୍ରଡକଟ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି । କମ୍ପାନୀ ଏହାର ଆରମ୍ଭ ଚୀନ ରୁ କରିପାରେ । କାହିଁକିନା ଏହି ଆମେରିକା ମୋଟରସାଇକେଲ ନିର୍ମାଣକାରୀ କମ୍ପାନୀ କିୟାନଜିୟାଙ୍ଗ ମୋଟର୍ସ ସହିତ ଚୁକ୍ତିନାମା କରିଛି । ଯାହାପରେ ଏହି କମ୍ପାନୀ ଦୁଇଟି ନୂଆ ବାଇକ X350 ଏବଂ X500 କୁ ବହୁତ ଜଲଦି ଆଣିପାରେ । ନିକଟରେ କମ୍ପାନୀ ଏକ ଟିଜର ଜାରି କରିଛି, ଯାହାଦ୍ୱାରା ସଂକେତ ମିଳୁଛି ଯେ ବାଇକ ର ଲଚିଂ ୧୦ ମାର୍ଚ୍ଚର ହୋଇପାରେ

ହାରଲେ ଡେଭିଡସନ X350 ଏବଂ X500ରେ ଏକ ରେଟ୍ର ଥିମର ବାଇକ । ଏଥିରେ ରାଉଣ୍ଡ ହେଡଲ୍ୟାମ୍ପ ଏବଂ ରିୟର ଭିୟୁ ମିରର ଏବଂ ସରକୁଲାର ଇନସ୍ତ୍ରୁମେଣ୍ଟ ପ୍ୟାଡ଼ ଦିଆଯିବ । ଏହାବ୍ୟତୀତ X350ରେ ସାର୍ପ ଫୁଏଲ ଟ୍ୟାଙ୍କ, ଷ୍ଟେପ ଅପ୍ ସିଟ ଡିଜାଇନ ଏବଂ ବିସ୍ତାରିତ ଟେଲ ସେକ୍ସନ ଦିଆଯିବ ।

ପରଫରମାନ୍ସ ବିଷୟରେ କଥା ହେବା ତ Harley-Davidson X350 ରେ 353cc ଇଞ୍ଜିନ ରହିଛି । ଏହା ମ୍ୟାକ୍ସିମମ 35-36 ପିଏସ ପାୱାର ଦେବ । ବାଇକର ଓଜନ 195 କିଲୋଗ୍ରାମ ଏବଂ ଏହାର ଟପ ସ୍ପୀଡ଼ 89 ମାଇଲ ପ୍ରତି ଘଣ୍ଟା ରହିବ । ଏଥିରେ ୟୁଏସଡ଼ି ଫ୍ରଣ୍ଟ ଫୋକର୍ସ, ମୋନୋସକ୍ ରିୟର ସସ୍ପେନସନ, ଅଲୟ ହୁଇଲ ଏବଂ ଡିସ୍କ ବ୍ରେକ ଦିଆଯିବ ।

ଏହି ନୂଆ ବାଇକକୁ ଭାରତରେ କେବେ ଲଞ୍ଚ ହେବ ତାହା ସ୍ପଷ୍ଟ ହୋଇନି । ହାରଲେ ଡେଭିଡସନ ଡେଭିଡସନ ଭାରତୀୟ ବଜାରରେ ବିକ୍ରି ପାଇଁ ହିରୋ ମୋଟରକର୍ପ ସହିତ ଚୁକ୍ତିନାମା କରିଛି । ଏଠାରେ ମଧ୍ୟ କମ୍ପାନୀର ପ୍ଲାନିଂ ରହିଛି ମିଡ଼ିଲୱେଟ ସେଗମେଣ୍ଟକୁ ଟାର୍ଗେଟ କରିବା । ଯେଉଁଥିରେ ବର୍ତ୍ତମାନ ରୋୟଲ ଏନଫିଲଡ଼ ପ୍ରଭୁତ୍ୱ ହାସଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.