ଦେଖିଛନ୍ତି କି ଲମ୍ବୋର୍ଗିନି ବାଇକ୍, ଫିଚର୍ସ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆପଣ ସମସ୍ତେ ଲମ୍ବୋର୍ଗିନି କାର୍ ନିଶ୍ଚୟ ଦେଖିଥିବେ, କିନ୍ତୁ ଆପଣ ଜାଣିଛନ୍ତି କି ଲମ୍ବୋର୍ଗିନି ବାଇକ୍ ମଧ୍ୟ ଅଛି । ଆଜି ଆମେ ଆପଣଙ୍କ ପାଇଁ ଲମ୍ବୋର୍ଗିନିର ଏକ ଦମଦାର ବାଇକ୍ ବିଷୟରେ ଜଣାଇବାକୁ ଯାଉଛୁ ଯାହାର ନାଁ ହେଉଛି Ducati Streetfighter V4 Lamborghini । ଏହା ଏକ ସାଧାରଣ ମୋଟରସାଇକେଲ୍ ନୁହେଁ । ଯଦି ଆପଣ ସଂପୂର୍ଣ୍ଣ ଆକ୍ସେସୋରିଜ୍ ସହିତ ଏହି ବାଇକକୁ କିଣୁଛନ୍ତି ତେବେ ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ଏହି ମୋଟରସାଇକେଲର କେବଳ ୩ ୟୁନିଟ୍ ଭାରତରେ ଆଲର୍ଟ ହୋଇଛି । ଏହା ବ୍ୟତୀତ ଭାରତରେ ଏହି ବାଇକ୍ ର ଅନ୍ୟ କୌଣସି ୟୁନିଟ୍ ଉପଲବ୍ଧ ନାହିଁ । ଆଜି ଆମେ ଆପଣଙ୍କୁ ଏହାର ଫିଚର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ବାରା ଆପଣ ଏହା କେତେ ଦମଦାର ରହିଛି ଜାଣିପାରିବେ ।
ଇଞ୍ଜିନ ଏବଂ ପାୱାର :
Ducati Streetfighter V4 Lamborghiniରେ ୧,୧୦୩ccର ଡେସମୋସେଡିସି ଷ୍ଟ୍ରାଡାଲ୍ V4 ଇଞ୍ଜିନ୍ ଅଛି, ଯାହା ପ୍ରାୟ ୨୦୮ hp ପାୱାର ଏବଂ ୧୨୩ Nm ଟର୍କ ଜେନେରେଟ କରେ । ଏଥିରେ ଲାଗିଥିବା ଇଞ୍ଜିନ୍ ଏହାକୁ ଏକ ସ୍ପୋର୍ଟସ୍ ବାଇକ୍ ଭଳି ଫାଷ୍ଟ ଏବଂ ଦମଦାର କରିଥାଏ ।
ଡିଜାଇନ୍ :
ଏହାର ଡିଜାଇନ୍ ଅତ୍ୟନ୍ତ ଆଗ୍ରେସିଭ୍ ଏବଂ ବୋଲ୍ଡ, ଯାହା ଏହାକୁ ନିଆରା ଲୁକ୍ ଦେଇଥାଏ । ଏହାର ଫ୍ରଣ୍ଟ୍ ଲୁକ୍ ଏବଂ ଏରୋଡାଇନାମିକ୍ ଡିଜାଇନ୍ ଏହାକୁ ଅନ୍ୟ ବାଇକ୍ ଠାରୁ ଭିନ୍ନ କରିଥାଏ ।
ଆଡଭାନ୍ସ ଟେକ୍ନୋଲୋଜି :
ଏଥିରେ ଅନେକ ପ୍ରକାରର ରାଇଡିଂ ମୋଡ୍ସ (ରେସ୍, ସ୍ପୋର୍ଟ, ଷ୍ଟ୍ରିଟ୍) ଅଛି, ଯାହା ଦ୍ବାରା ଆପଣ ଯେକୌଣସି ରାସ୍ତାରେ ଆରାମରେ ଡ୍ରାଇଭିଂ କରିପାରିବେ । ବାଇକ୍ ରେ ଆଡଭାନ୍ସ ଇଲେକ୍ଟ୍ରୋନିକ୍ସ ବ୍ୟବହାର ହୋଇଛି ଯେପରିକି କର୍ନିଙ୍ଗ ଏବିଏସ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍, ହ୍ୱିଲ୍ କଣ୍ଟ୍ରୋଲ୍, ସ୍ଲାଇଡ୍ କଣ୍ଟ୍ରୋଲ୍ ।
ଲାଇଟୱେଟ୍ ଫ୍ରେମ୍ :
ବାଇକରେ ଲାଗିଥିବା ହାଲୁକା ଫ୍ରେମ୍ ଏବଂ ଚେସିସ୍ ଏହାକୁ ଫାଷ୍ଟ ସ୍ପିଡ୍ ଏବଂ ଦମଦାର ହ୍ୟାଣ୍ଡେଲିଂ ଦେଇଥାଏ । ହାଲୁକା ଓଜନ ପାଇଁ ଏହି ବାଇକ୍ ଟ୍ରାକରେ ମଧ୍ୟ ହାଇ ସ୍ପିଡ୍ ହାସଲ କରିବାକୁ ସକ୍ଷମ ।
ପ୍ରୋସ୍ପୋର୍ଟ ଏବଂ ଏର୍ଗୋନୋମିକ୍ସ :
Ducati Streetfighter V4 Lamborghiniର ରାଇଡିଂ ପଜିସନ ଏବଂ ଏର୍ଗୋନୋମିକ୍ସ ଏହାକୁ ଲମ୍ବା ରାଇଡ୍ ପାଇଁ ଆରାମଦାୟକ କରିଥାଏ । ଏହାର ସସ୍ପେନ୍ସନ ଏବଂ ବ୍ରେକିଂ ସିଷ୍ଟମ ରାଇଡରଙ୍କୁ ସ୍ଥିରତା ଏବଂ ସୁରକ୍ଷା ଯୋଗାଇଥାଏ ।
କନେକ୍ଟିଭିଟି ଏବଂ ଡିସପ୍ଲେ :
ଏଥିରେ ଏକ TFT ଡିସପ୍ଲେ ଦିଆଯାଇଛି ଯେଉଁଥିରେ ସ୍ପିଡ୍, ଗିଅର ପୋଜିସନ୍ ଏବଂ ଅନ୍ୟ ସେଟିଙ୍ଗ୍ କୁ ସହଜରେ ଦେଖି ହେବ । ଡୁକାଟୀ ମଲ୍ଟିମିଡ଼ିଆ ସିଷ୍ଟମ (DMS) ମାଧ୍ୟମରେ ଏହାକୁ ସ୍ମାର୍ଟଫୋନରେ କନେକ୍ଟ କରି ମ୍ୟୁଜିକ୍, କଲ୍ ଏବଂ ମେସେଜକୁ କଣ୍ଟ୍ରୋଲ କରାଯାଇପାରିବ ।
Ducatiର ଏକ୍ସପେରିଏନ୍ସ ଏବଂ କ୍ବାଲିଟି :
Ducati Streetfighter V4 Lamborghini ବ୍ରାଣ୍ଡ ଏହାର ପ୍ରିମିୟମ୍ ଫିଲ୍, ହାଇ କ୍ବାଲିଟି ଏବଂ ପରଫରମାନ୍ସ ପାଇଁ ବେଶ ଜଣାଶୁଣା । Ducati Streetfighter V4 Lamborghiniର ହାଇ ପରଫରମାନ୍ସ, ଆକର୍ଷକ ଡିଜାଇନ୍ ଏବଂ ଆଡଭାନ୍ସ ଟେକ୍ନୋଲୋଜି ପାଇଁ ଏହା ସ୍ୱତନ୍ତ୍ର ଏବଂ ଲୋକପ୍ରିୟ ହୋଇପାରିଛି ।