ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଖବର। ଯଦି ଆପଣ ବି ମଲ୍ଟିପୁଲ ବା ଏକାଧିକ ବ୍ୟାଙ୍କରେ ନିଜ ଆକାଉଣ୍ଟ ଖୋଲିଛନ୍ତି ତେବେ ହୋଇପାରେ ଭାରି ସମସ୍ୟା। ଏମିତି କରିଥିବା ବ୍ୟକ୍ତି ସାବଧାନ ରୁହନ୍ତୁ। ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିବା କାରଣରୁ ଆର୍ଥିକ ସମସ୍ୟା ହୋଇପାରେ।
ଯଦି ଆପଣଙ୍କ ପାଖେ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି ତେବେ ନିଶ୍ଚିତ ଭାବେ ଏହି ଖବର ପଢ଼ନ୍ତୁ। ମଲ୍ଟିପୁଲ ବ୍ୟାଙ୍କ ଆକାଉଣ୍ଟ ଥିବା କାରଣରୁ ବଡ଼ ସମସ୍ୟା ଆସିପାରେ। କେବଳ ଆର୍ଥିକ ନୁହେଁ ବରଂ ଅନ୍ୟ ସମସ୍ୟା ମଧ୍ୟ ଆସିପାରେ। ଟାକ୍ସ ଏବଂ ଇନଭେଷ୍ଟମେଣ୍ଟ ଏକ୍ସପର୍ଟ ସମସ୍ତଙ୍କୁ ସିଙ୍ଗିଲ ଆକାଉଣ୍ଟ ରଖିବାର ଉପେଦଶ ଦେଇଥାନ୍ତି। ସିଙ୍ଗିଲ ବ୍ୟାଙ୍କ ଆକାଉଣ୍ଟ ଥିଲେ ରିଟର୍ଣ୍ଣ ଫାଇଲ କରିବା ସହଜ ହୋଇଥାଏ। ଜାଣନ୍ତୁ ଏମିତି ନଥିଲେ କ’ଣ ହେବ ସମସ୍ୟା।
ଯଦି ଆପଣ ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ରଖିଛନ୍ତି ତେବେ ସବୁଠୁ ଅଧିକ ଖରାପ ମେଣ୍ଟେନାସ୍ କୁ ନେଇ ଆସିବ। ପ୍ରକୃତରେ ସବୁ ବ୍ୟାଙ୍କରେ ମେଣ୍ଟେନାସ୍ ଚାର୍ଜ, ଡେବିଟ କାର୍ଡ ଚାର୍ଜ, ଏସଏମଏସ୍ ଚାର୍ଜ , ସର୍ଭିସ ଚାର୍ଜ, ମିନିମମ ବାଲାନ୍ସ ଚାର୍ଜ ଭିନ୍ନ ଭିନ୍ନ ରହିଥାଏ। ମାନେ ଆପଣ ଯେତେଟା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବେ ଆପଣଙ୍କୁ ସେହି ହିସାବରେ ଅଲଗା ଅଲଗା ଚାର୍ଜେସ ଦେବାକୁ ହେବ। ଏହାସହ ମିନିମମ୍ ବାଲାନ୍ସ ମେଣ୍ଟେନ ନକଲେ ଏଥିପାଇଁ ମଧ୍ୟ ଭାରି ଚାର୍ଜେସ ଭୋଗିବାକୁ ପଡ଼ିବ।
ସିଙ୍ଗିଲ ବ୍ୟାଙ୍କ ଆକାଉଣ୍ଟ ଥିଲେ କେଉଁ ସୁବିଧା ମିଳିବ ଜାଣନ୍ତୁ:
ଟାକ୍ସ ଏକ୍ସପର୍ଟଙ୍କ ମତରେ ଯଦି ସିଙ୍ଗିଲ ବ୍ୟାଙ୍କ ଆକାଉଣ୍ଟ ରହିଛି ତେବେ ରିଟର୍ଣ୍ଣ ଫାଇଲ କରିବା ସହଜ ହୋଇଥାଏ। କାରଣ ଆପଣଙ୍କ ଇନକମର ସବୁ ତଥ୍ୟ ସିଙ୍ଗିଲ ଆକାଉଣ୍ଟରେ ରହିଥାଏ। ଭିନ୍ନ ଭିନ୍ନ ଆକାଉଣ୍ଟ ଥିଲେ କ୍ୟାଲକୁଲେସନରେ ସମସ୍ୟା ହେବା ସହ ମେଣ୍ଟେନାସରେ ମଧ୍ୟ ଅନେକ ପ୍ରୋବେଲମ୍ ଆସିଥାଏ। ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଏହି ନୂଆ ସିଷ୍ଟମ ସମ୍ପର୍କରେ ଘୋଷଣା କରିଛନ୍ତି।
ଏହି ନିୟମ ଅନ୍ତର୍ଗତ ସାଲେରୀ ଇନକମ ବ୍ୟତିତ ଅନ୍ୟ ସୋର୍ସରୁ ହେଉଥିବା ଇନକମ ମାନେ ଡେଭିଡେଣ୍ଟ ଇନକମ, କ୍ୟାପିଟାଲ ଇନକମ, ବ୍ୟାଙ୍କ ଡିପୋଜିଟ ଇଣ୍ଟ୍ରେଷ୍ଟ ଇନକମ୍ , ପୋଷ୍ଟ ଅଫିସ ଇଣ୍ଟ୍ରେଷ୍ଟ ଇନକମ ସମ୍ପର୍କରେ ସବୁ ତଥ୍ୟ ପ୍ରଥମରୁ ଷ୍ଟୋର ରହିବ। ଏଥିରେ ଟାକ୍ସପେୟର୍ସ ଭିନ୍ନ ଭିନ୍ନ କ୍ୟାଲକୁଲେସନ କରଇଥାନ୍ତି। ଏଥିରେ ଅନେକ ଥର ଭୁଲ ହେବାର ଆଶଙ୍କା ଦେଖାଯାଏ। ତେବେ ଏହା ସମ୍ପର୍କରେ ସମସ୍ତ ଭେରିଫାଏ କରିବା ପାଇଁ ପାନ କାର୍ଡର ବ୍ୟବହାର କରାଯାଏ।
ଯଦି କୌଣସି ସେଭିଂ ଆକାଉଣ୍ଟ କିମ୍ବା କରେଣ୍ଟ ଆକାଉଣ୍ଟରେ ଏକ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ଟ୍ରାଞ୍ଜେକସନ ହେଉନଥାାଏ ତେବେ ତାହା inactive bank account ରେ ପରିବର୍ତ୍ତନ ହୋଇଯାଏ। ଦୁଇବର୍ଷ ପର୍ଯ୍ୟନ୍ତ ଯଦି ସେହି ଆକାଉଣ୍ଟ ରେ କୌଣସି ଟ୍ରାଞ୍ଜାକସନ ହୋଇନଥାଏ ତେବେ ତାହା Dormmant Account ମାନେ Inoperativeରେ ବଦଳିଯାଏ। ମାନେ ସେଥିରେ ଆପଣ ଆଉ କୌଣସି କାମ କରିପାରିବେ ନାହିଁ।
ଏହିସବୁ ବ୍ୟାଙ୍କ ଆକାଉଣ୍ଟ ସହ ଫ୍ରଡ ହେବାର ସମ୍ଭାବନା ବଢ଼ିଯାଏ। ବ୍ୟାଙ୍କର୍ସ ଙ୍କ କହିବା ଅନୁଯାୟୀ ଏହି ଆକ୍ଟିଭ ଆକାଉଣ୍ଟ ସହିତ ଇଣ୍ଟରନାଲ ଏବଂ ଏକ୍ସଟରନାଲ ଭାବେ ଫ୍ରଡ କାମ ହେବା ର ସମ୍ଭାବନା ବଢ଼ିଯାଏ।
ସେହିପରି ପ୍ରାଇଭେଟ ଆକାଉଣ୍ଟରେ ମିନିମମ ବାଲାନ୍ସ ଚାର୍ଜ ଅଧିକ ରହିଥାଏ। ଯେମିତି ଏଚଡିଏଫସି ବ୍ୟାଙ୍କ। ଏହାର ମିନିମମ ବାଲାନ୍ସ ୧୦ ହଜାର ଟଙ୍କା ରହିଛି। ଗ୍ରାମୀଣ ସ୍ଥାନରେ ଥିବା ବ୍ୟାଙ୍କରେ ୫୦୦୦ ଟଙ୍କା ରଖାଯାଇଛି। ଏହି ବାଲାନ୍ସ ମେଣ୍ଟନ ନକଲେ ଥରକରେ ୭୫୦ ଟଙ୍କାର ପେନାଲ୍ଟି ଲାଗିଥାଏ। ଏହିଭଳି ଚାର୍ଜେସ ଅନ୍ୟ ବ୍ୟାଙ୍କରେ ମଧ୍ୟ ରହିଛି। ଯଦି ଭୁଲରେ ମିନିମମ ବାଲାନ୍ସ ମେଣ୍ଟେନ କରାନଯାଏ ତେବେ ଆପଣଙ୍କୁ ସବୁ ମାସରେ ଶହ ଶହ ଟଙ୍କା ଦେଇ ପେନାଲ୍ଟି ରାଶି ଭରିବାକୁ ପଡ଼ିବ। ଏହାଦ୍ୱରା ସିଭିଲ ସ୍କୋର ଉପରେ ମଧ୍ୟ ପ୍ରଭାବ ପଡ଼ିବ ।
ତେଣୁ ଯଦି ଆପଣ ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛନ୍ତି ତେବେ ପ୍ରତି ମାସରେ ହଜାର ହଜାର ଟଙ୍କାର ମିନିମମ ବାଲାନ୍ସ ମେଣ୍ଟେନ କରିବାକୁ ପଡ଼ିବ। ଏହାଦ୍ୱାରା ଆପଣଙ୍କ ଇନଭେଷ୍ଟମେଣ୍ଟ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ଯାହାପାଇଁ ଆପଣଙ୍କୁ ଅତି କମରେ ୭-୮ % ରିଟର୍ଣ୍ଣ ମିଳିବା ଦରକାର, ସେସବୁ ଆପଣଙ୍କ ମିନିମମ ବାଲାନ୍ସ ରୂପେ ରଖାଯିବ। ଏହାକୁ ସଠିକ ସ୍ଥାନରେ ନିବେଶ କଲେ ଆପଣଙ୍କୁ ୭-୮% ସହଜରେ ରିଟର୍ଣ୍ଣ ରାଶି ମିଳିଯିବ। ତେଣୁ ଏଥର ବ୍ୟାଙ୍କଆକାଉଣ୍ଟ ଖୋଲିବା ପୂର୍ବରୁ ଥରେ ଭାବିନିଅନ୍ତୁ ଏହାସହ ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ଓପନ କରନ୍ତୁ ନାହିଁ।