ଆପଣ ବି ହୋଇପାରିବେ ବ୍ୟାଙ୍କ୍‌ କର୍ମଚାରୀ ! ୨୫,୦୦୦ ମିତ୍ର ବ୍ୟାଙ୍କ୍‌ ଖୋଲିବ HDFC ବ୍ୟାଙ୍କ୍‌, ଜାଣନ୍ତୁ କେମିତି କରିବେ ଆପ୍ଲାଏ

ଗ୍ରାମାଞ୍ଚଳରେ ନିଜ ସର୍ଭିସ ଦେବା ପାଇଁ ପ୍ରାଇଭେଟର ସବୁଠାରୁ ବଡ ବ୍ୟାଙ୍କ ଏଚଡିଏଫସି ନିଜ ବ୍ୟାଙ୍କର ମିତ୍ର ବ୍ୟାଙ୍କକୁ ଏହି ଆର୍ଥିକ ବର୍ଷ ଶେଷକୁ ବଢ଼ାଇବାକୁ ଯୋଜନା କରିଛି। ଯେଉଁଥିପାଇଁ ମିତ୍ର ଶାଖାକୁ ୨୫,୦୦୦ କରିବା ପାଇଁ ପ୍ଲାନ କରିଛି ଏଚଡିଏଫସି ବ୍ୟାଙ୍କ। ବ୍ୟାଙ୍କର ଜଣେ ଉପରିସ୍ଥ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏବେ ଏହି ବ୍ୟାଙ୍କର ମିତ୍ର ବ୍ୟାଙ୍କ (ବ୍ୟାଙ୍କିଙ୍ଗ୍‌ କରେସପଣ୍ଡେଣ୍ଟ) ୧୧,୦୦୦ ରହିଛି।

ଗ୍ରାହକଙ୍କୁ ମିତ୍ର ବ୍ୟାଙ୍କ ଜରିଆରେ ଖାତା ଖୋଲିବା, ମିୟାଦୀ ଜମା, ପେମେଣ୍ଟ ଉତ୍ପାଦ ଏବଂ ଋଣ ଭଳି ସମସ୍ତ ବ୍ୟାଙ୍କିଙ୍ଗ୍‌ ସୁବିଧା ଉପଲବ୍ଧ ହେବ। ବ୍ୟାଙ୍କ ନିଜର ମିତ୍ର ନେଟଓ୍ଵାର୍କ ପାଇଁ ସରକାର ସିଏସସି ବ୍ୟବହାର ଉପରେ ଧ୍ୟାନ ରଖୁଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବ୍ୟାଙ୍କ ନିଜର ବ୍ୟବସାୟକୁ ଗାଁ ଗାଁ ପର୍ଯ୍ୟନ୍ତ ପହଁଚାଇବା ପାଇଁ ବ୍ୟାଙ୍କ ମିତ୍ର ବନାଉଛନ୍ତି। ପ୍ରାୟ ସବୁଥିରେ ଗୋଟେ କଥା କମନ ରହିଛି। ଯାହାକୁ କେବଳ ସେହି ଲୋକ ବ୍ୟାଙ୍କ ମିତ୍ର ବନାଇବା ପାଇଁ ଆବେଦନ କରିପାରିବେ ଯେଉଁମାନଙ୍କ ପାଖରେ କମ୍ପ୍ୟୁଟର କିମ୍ବା ଲାପଟପ ଥିବ। ଇଣ୍ଟରନେଟ ସୁବିଧା ରହିଥିବ, ପ୍ରିଣ୍ଟର, ସ୍କାନର ଥିବ। ଏହିସବୁ ବ୍ୟତୀତ ଅତିକମରେ ୧୦୦ ବର୍ଗ ଫୁଟର ଅଫିସ ହେବା ଉଚିତ।

mone rupeeବ୍ୟାଙ୍କ ମିତ୍ର ବନାଇବା ପାଇଁ ଜରୁରୀ କାଗଜପତ୍ର

  • ପରିଚୟ ପତ୍ର ପାଇଁ ପାନ କାର୍ଡ, ଆଧାର କାର୍ଡ, ପାସପୋର୍ଟ କିମ୍ବା ଭୋଟର ଆଇଡି କପି।
  • ଯୋଗ୍ୟତା ପାଇଁ ଦଶମ ଶ୍ରେଣୀର ମାର୍କସିଟ୍‌ ଏବଂ କ୍ୟାରେକ୍ଟର ସାର୍ଟିଫିକେଟ ଥିବ ଦରକାର।
  • ବ୍ୟବସାୟିକ ଠିକଣା ପାଇଁ ବିଜୁଳି ବିଲ, ଟେଲିଫୋନ ବିଲ, ରାସନ କାର୍ଡ, ଆଧାର କାର୍ଡ କିମ୍ବା ପାସପୋର୍ଟ କପି।
  • ପାସପୋର୍ଟ ଆକାରର ଫଟୋ ଏବଂ ବ୍ୟାଙ୍କ ପାସବୁକ କପି କିମ୍ବା କ୍ୟାନସଲ ଚେକ।

କେମିତି କରିବେ ଆବେଦନ

ବ୍ୟାଙ୍କ ମିତ୍ର ବନାଇବା ପାଇଁ ବ୍ୟାଙ୍କରେ ମଧ୍ୟ ଆବେଦନ କରାଯାଇପାରିବ। ସାମାନ୍ୟ ସେବା କେନ୍ଦ୍ର ଖୋଲି ମଧ୍ୟ ବ୍ୟାଙ୍କ ମିତ୍ର ବନାଇପାରିବେ। ବ୍ୟାଙ୍କ ସମୟ ସମୟରେ ବ୍ୟାଙ୍କ ମିତ୍ର ପାଇଁ ଆବେଦନ ମାଗିଥାଏ। ଆପଣ ନିଜର ନିକଟସ୍ଥ ବ୍ରାଞ୍ଚକୁ ଯାଇ ପୂରା ବିବରଣୀ ହାସଲ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.