HDFC ବ୍ୟାଙ୍କ ନିଯୁକ୍ତି ପାଇଁ କରନ୍ତୁ ଆବେଦନ: ଦରମା ରହିଛି ୫୮ହଜାର ୨୦୦ ଟଙ୍କା

ବର୍ତ୍ତମାନ HDFC ବ୍ୟାଙ୍କ ନିଯୁକ୍ତି ପାଇଁ ଉପଯୁକ୍ତ ପ୍ରାର୍ଥୀ ଆବେଦନ କରିପାରିବେ। ଆପଣଙ୍କ ପାଖରେ ଯଦି ଏହି ପୋଷ୍ଟ ପାଇଁ ଦକ୍ଷତା ଅଛି ଆପଣ ଏହି ଚାକିରି ପାଇପାରିବେ। HDFC ବ୍ୟାଙ୍କ ୧୩୬୭ ପଦବୀରେ PO, କ୍ଲର୍କ, ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ କାର୍ଯ୍ୟନିର୍ବାହୀ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ୧୩୬୭ ପୋଷ୍ଟ ଏହି ସବୁ ପଦବୀ ପାଇଁ ଖାଲି ଅଛି ଓ ଦରମା ରହିଛି ପ୍ରାୟ ୫୮ ହଜାର ୨୦୦ ଟଙ୍କା।
HDFC ବ୍ୟାଙ୍କ ନିଯୁକ୍ତି ପାଇଁ ଦକ୍ଷତା :

ଇଛୁକ ପ୍ରାର୍ଥୀ ନିଶ୍ଚିତ ଭାବରେ ସ୍ନାତକ ଏବଂ ପୋଷ୍ଟ ଗ୍ରାଜୁଏଟ୍ କିମ୍ବା ସ୍ୱୀକୃତିପ୍ରାପ୍ତ ବୋର୍ଡ / ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ୫୦ ପ୍ରତିଶତ ମାର୍କ ରଖି ସ୍ନାତକ ଏବଂ ପୋଷ୍ଟ ଗ୍ରାଜୁଏଟ୍ ପ୍ରାର୍ଥୀମାନେ ପାସ ହୋଇଥିବା ଆବଶ୍ୟକ। ଆବେଦନ କରିବାର ଶେଷ ତାରିଖ ହେଉଛି ୨୦୨୧ ଡିସେମ୍ବର ୩୧। ଏହି ଚାକିରି ପାଇଁ ବୟସ ସୀମା ୨୧ – ୨୬ ବର୍ଷ ହୋଇଥିବା ଦରକାର। ଆବେଦନ କରିବାର ତାରିଖ ଆରମ୍ଭ ହୋଇଯାଇଛି ମାର୍ଚ୍ଚ ୧ ତାରିଖରୁ।
ତେବେ ଉପଯୁକ୍ତ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ https://www.hdfcbank.com/ କୁ ଯାଇ ଏହି ପୋଷ୍ଟ ପାଇଁ ଅପ୍ଲାଏ କରିପାରିବେ। ୦୧.୦୬.୨୦୨୧ ସୁଦ୍ଧା ଆପଣଙ୍କୁ ୨୧ ବର୍ଷ ବୟସ କିମ୍ବା ୨୭ ବର୍ଷରୁ କମ୍ ବୟସ ହେବା ଆବଶ୍ୟକ। HDFC ବ୍ୟାଙ୍କ ସହିତ କିମ୍ବା ଫ୍ୟୁଚର ବ୍ୟାଙ୍କର୍ସ ପ୍ରୋଗ୍ରାମରେ ଆପଣଙ୍କର କୌଣସି ସମ୍ପର୍କୀୟ ରହିବା ଉଚିତ୍ ନୁହେଁ।
ଅଦାଲତରେ ଆପଣଙ୍କର କୌଣସି ବିଚାରାଧୀନ ଆଇନଗତ ମାମଲା ରହିବା ଉଚିତ୍ ନୁହେଁ। ଯେଉଁ ପ୍ରାର୍ଥୀମାନେ ବର୍ତ୍ତମାନ HDFC ବ୍ୟାଙ୍କ କିମ୍ବା ଏହାର ସହାୟକ କମ୍ପାନୀରେ ନିୟୋଜିତ ଅଛନ୍ତି ସେମାନେ ଏହି କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାକୁ ଯୋଗ୍ୟ ନୁହଁନ୍ତି । ଥରେ ଆପଣ ଫ୍ୟୁଚର ବ୍ୟାଙ୍କର୍ସ ପ୍ରୋଗ୍ରାମ ପାଇଁ ପଞ୍ଜୀକୃତ ହୋଇଗଲେ, ଆପଣ ୬ ମାସ ପାଇଁ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ ନାହିଁ।
ତେଣୁ ଯୋଗ୍ୟ ପ୍ରାର୍ଥୀ ପ୍ରଥମେ ଅଫିସିଆଲ୍ ୱେବସାଇଟକୁ ଯାଇ କ୍ଲିକ୍ କରି ଆବେଦନ କରିପାରିବେ। ଆପ୍ଲିକେସନ୍ ଫର୍ମକୁ ଆପଣ ଯତ୍ନର ସହିତ ପୁରଣ କରନ୍ତୁ। ଏହା ପରେ ସବମିଟ କରନ୍ତୁ। HDFC ର ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ବିଷୟରେ କହିବାକୁ ଗଲେ, ଏହା ଅନଲାଇନ୍ ଆସେସମେଣ୍ଟ କରାଯିବ।
ଅନଲାଇନ୍ ମୂଲ୍ୟାଙ୍କନ ମଧ୍ୟ କରାଯିବ। ଆସେସମେଣ୍ଟ ବିଷୟରେ କହିବାକୁ ଗଲେ ଏଥିରେ ଇଂଗ୍ରାଜୀ ଭାଷା, ଲଜିକାଲ ଓ କ୍ୱାଣ୍ଟିଟେଟିଭ୍ ଆବିଲିଟି, ପର୍ସନାଲିଟି ଟେଷ୍ଟ ଏବଂ ସେଲ୍ସ ଆପ୍ଟିଟ୍ୟୁଡ୍ ବିଷୟରେ ପରୀକ୍ଷା କରାଯିବ। ବ୍ୟକ୍ତିଗତ ସାକ୍ଷାତକାର ମଧ୍ୟ କରାଯିବ।