HDFC ବ୍ୟାଙ୍କର Savings, Fixed ଓ Recurring ଆକାଉଣ୍ଟରେ କମିଲା ସୁଧ ହାର
ଏଚଡିଏଫସି ବ୍ୟାଙ୍କର ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ଼ ଖବର। ଖାତା ଅଧିକାରୀଙ୍କୁ ବ୍ୟାଙ୍କ ତରଫରୁ ମିଳୁଥିବା ସୁଧ ଦରରେ ଏଥର ପୁଣି ପରିବର୍ତ୍ତନ କରାଯାଇଛି। ଏହି ନିୟମ ଲାଗୁ ପରେ ଏଚଡିଏଫସି ବ୍ୟାଙ୍କର କଷ୍ଟମର୍ସଙ୍କୁ ପରବିିର୍ତ୍ତିତ ଦର ଉପରେ ସୁଧ ମିଳିବ। ବ୍ୟାଙ୍କ ତରଫରୁ ଏହା ସୂଚାଇ ଦିଆଯାଇଛି ଯେ ସେଭିଙ୍ଗସ ଆକାଉଣ୍ଟରେ ୫୦ ଲକ୍ଷ ଟଙ୍କାରୁ କମ ରାଶି ଉପରେ ୩% ସୁଧ ମିଳିବ।
ଏହାବ୍ୟତିତ ୫୦ ଲକ୍ଷ ଟଙ୍କାରୁ ଅଧିକ ଆମାଉଣ୍ଟରେ ଖାତାଧିକାରୀଙ୍କୁ ୩.୫% ସୁଧ ମିଳିବ। ଏହା ସହିତ ୫୦ ଲକ୍ଷ ଟଙ୍କାରୁ ୧୦୦୦ କୋଟି ଟଙ୍କା ମଧ୍ୟରେ ରାଶି ଉପରେ ବ୍ୟାଙ୍କ ୩.୫% ରୁ ଅଧିକ ସୁଧ ମିଳିବ। ଶେଷରେ ୧୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ସେଭିଙ୍ଗସ୍ ଖାତା ଉପରେ ଖାତା ଧାରକଙ୍କ ୪.୫% ସୁଧ ମିଳିବ।
ଏଚଡିଏଫସି ବ୍ୟାଙ୍କ ଏବେ ନିଜ େଓ୍ଵବସାଇଟରେ ଏହା ସମ୍ପର୍କରେ ସୂଚନା ଦେଇଛି। ଏହି ନିୟମ ୨ ଫେବୃଆରୀ ୨୦୨୨ ଲାଗୁ ହୋଇଯିବ ବୋଲି କୁହାଯାଇଛି। ବ୍ୟାଙ୍କ ସେଭିଙ୍ଗସ ଆକାଉଣ୍ଟରେ ଏହି ଦର ପରିବର୍ତ୍ତନ ହେବ ବୋଲି ନିଜ ଗ୍ରାହକଙ୍କୁ ସୂଚନା ଦେଇଛି। ତେବେ ବ୍ୟାଙ୍କ ପ୍ରତ୍ୟେକ ଗ୍ରାହକଙ୍କୁ ଇଣ୍ଡିଭିଜୁଆଲ ଭାବେ ଏସଏମଏସ କରି ସୂଚନା ଦେଇନାହିଁ।
ଏଚଡିଏଫସି ବ୍ୟାଙ୍କ ଦେଶର ପ୍ରମୁଖ ଲେଣ୍ଡର ଯାହା ନିଜ ଗ୍ରାହକଙ୍କୁ ସବୁ ପ୍ରକାର ଆକାଉଣ୍ଟ ସମ୍ବନ୍ଧୀୟ ସବୁ ପ୍ରକାର ଅପଡେଟ ଦେଇଥାଏ। କହି ରଖିବାକୁ ଚାହୁଁ ଯେ ବ୍ୟାଙ୍କ ନିଜ ସେଭିଂ ଖାତାରେ ଅନେକ ଦିନ ଧରି କୌଣସି ପରିବର୍ତ୍ତନ କରିନଥିଲା। ଏବେର ସମୟରେ ଦେଶର କୌଣସି ବ୍ୟାଙ୍କର ସେଭିଂ ଖାତାରେ ଅଧିକ ସୁଧ ମିଳୁନାହିଁ। ତେଣୁ ଅନେକ ଗ୍ରାହକ ବ୍ୟାଙ୍କରେ ଟଙ୍କା ରଖିବା ଅପେକ୍ଷା ଅନ୍ୟ କେଉଁଟି ଟଙ୍କା ଲଗାଇବାକୁ ବେଶି ଫାଇଦା ବୋଲି ମନେ କରୁଛନ୍ତି।
ସେହିପରି fixed ଓ recurring ଡିପୋସିଟକୁ ନେଇ ମଧ୍ୟ ନୂଆ ନିୟମ ଲାଗୁ ହୋଇଛି। ତେବେ ଏହି ରାଶି ୨ କୋଟି ଟଙ୍କାରୁ କମ ଆମାଉଣ୍ଟ ଉପରେ ଲାଗୁ କରାଯିବ। ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟରେ ଏହି ନିୟମ ଜାନୁଆରୀ ୧୨ ତାରିଖରୁ ଲାଗୁ ହୋଇଛି ବୋଲି କୁହାଯାଇଛି।
ନୂଆ ଅପଡେଟ ଅନୁଯାୟୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଡିପୋସିଟର ୭ ରୁ ୧୪ ଦିନ ମଧ୍ୟରେ ଟଙ୍କା ଡିପୋସିଟ କଲେ ବାର୍ଷିକ ୨.୫୦% ସୁଧ ମିଳିବା ଏହା ସହିତ ସିନିଅର ମାନଙ୍କୁ ଅତିରିକ୍ତ ୩% ସୁଧ ମିଳିବ। ସେହି ପରିନିର୍ଦ୍ଧାରିତ ସମୟର ୧୫ରୁ ୨୯ ଦିନ ମଧ୍ୟରେ ଡିପୋସିଟ କରିଲେ regular interest ସିନିଅର ମାନଙ୍କ ପାଇଁ ସମାନ ରହିବ । ଏହାସହ ଯେଉଁମାନେ ୨୦ ବର୍ଷ ପର୍ଯ୍ୟନ୍ତ ଟଙ୍କା ଡିପୋସିଟ କରୁଛନ୍ତି ସେମାନଙ୍କୁ ଭଲ ରେଞ୍ଜର ସୁଧ ମିଳିବ।