ହିରୋ ସ୍କୁଟର : ବିନା ପେଟ୍ରୋଲରେ ଚାଲୁଛି ୬୫ କିଲୋମିଟର !

ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃଆରୀରେ ହିରୋ ନିଜର ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଫ୍ଲସ୍ ଲଞ୍ଚ କରିଥିଲା। ନିକଟରେ କମ୍ପାନୀ ବଜାରରେ ଏହାର ବିକ୍ରି ଆରମ୍ଭ କରିଛି। କମ୍ପାନୀର ଦାବି ରହିଛି ସ୍କୁଟରଟି ସଂପୂର୍ଣ୍ଣ ଇକୋ ଫ୍ରେଣ୍ଡଲି, ଏହା ଦ୍ବାରା ପ୍ରଦୁଷଣ ହେବାର ବିଲକୁଲ ସମ୍ଭାବନା ନାହିଁ। ଏହାର ଖାସ୍ ସୁବିଧା ହେଲା ଏହା ବିନା ପେଟ୍ରୋଲରେ ଚାଲିବ। ଦିଲ୍ଲୀର ଏକ୍ସ ସୋ ରୁମରେ ଏହାର ଦାମ୍ ୧୯,୯୯୦ ରଖାଯାଇଛି। ଟ୍ୟାକ୍ସ ମିଶି ଏହାର ଦାମ୍ ୩୦,୪୯୦ ହେଉଛି।

୬୫ କିଲୋମିଟର ମାଇଲେଜ୍

କମ୍ପାନୀ ଅନୁସାରେ ସ୍କୁଟରଟିକୁ ଥରେ ଚାର୍ଜ କରିବା ମାତ୍ରେ ଏହା ୬୫ କିଲୋମିଟର ଚାଲିବ। ଅଫିସ୍ କର୍ମଚାରୀଙ୍କ ପାଇଁ ଏହା ଶ୍ରେଷ୍ଠ ସ୍କୁଟର। ଖାସ୍ କଥା ହେଲା ଏହାକୁ ଚଲାଇବା ପାଇଁ ଆପଣଙ୍କୁ ଲାଇସେନ୍ସ ଓ ରେଜିଷ୍ଟ୍ରେସନର ଆବଶ୍ୟକ ପଡ଼େନାହିଁ। ଏହି ସ୍କୁଟରକୁ ଆରଟିଓରେ ରେଜିଷ୍ଟ୍ରେସନ୍ କରିବା ଦରକାର ନାହିଁ। ଏଥିପାଇଁ ଏହାର ସାଧାରଣ ଗତି ୨୫ କି.ମି. ପ୍ରତି ଘଣ୍ଟା ରହିଛି। ମଟରସାଇକଲ ଆକ୍ଟ ଅନୁଯାୟୀ ଯେଉଁ ଗାଡ଼ିର ସ୍ପିଡ୍ ୨୫ କିଲୋମିଟର ଘଣ୍ଟା ପ୍ରତି ହୋଇଥାଏ ତାହାକୁ ଲାଇସେନ୍ସର ଆବଶ୍ୟକତା ହୋଇନଥାଏ । ଏହି ସ୍କୁଟର ସହ ଆପଣଙ୍କୁ ଏହା ଲିଖିତ ଥିବାର ଏକ କାର୍ଡ଼ ମିଳିଥାଏ ।

ମାତ୍ର ୭ ଘଣ୍ଟା ଚାର୍ଜ

ଏହି ଇଲେକଟ୍ରିକ୍ ସ୍କୁଟରଟି ୪୮ ଭୋଲ୍ଟ ବିଶିଷ୍ଟ ୨୦ଏଏଚ୍ ବ୍ୟାଟେରୀରେ ଚାଲିଥାଏ। ଯାହା ୪୮ ଭୋଲ୍ଟ ସହ ୨.୭ଏ ଚାର୍ଜର ସହ ମିଳିଥାଏ। ବ୍ୟାଟେରୀଟି ପଭିଆରଏଲଏ ବିଶିଷ୍ଟ ଅଟେ। କମ୍ପାନୀ ଅନୁଯାୟୀ ଏହି ବ୍ୟାଟେରୀ ଦ୍ବାରା ୭-୮ ଘଣ୍ଟା ଚାର୍ଜ କରାଯାଇ ସ୍କୁଟରକୁ ଚଲା ଯାଇପାରିବ ।