କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା Hero, ଦାନ କଲା ୬୦ ମୋବାଇଲ ଆମ୍ବୁଲାନ୍ସ

କରୋନା ବିପକ୍ଷରେ ଜାରି ରହିଥିବା ଲଢ଼େଇରେ ସାମିଲ ହୋଇଛି ହିରୋ। Hero Motocorp ରୋଗୀଙ୍କୁ ମେଡିକାଲ ଆଣିବା ପାଇଁ ସାରା ଦେଶରେ ୬୦ଟି ମୋବାଇଲ ଆମ୍ବୁଲାନ୍ସ ଦାନ କରିଛି। ଏହି ଆମ୍ବୁଲାନ୍ସଗୁଡ଼ିକ ଦେଶର ବିଭିନ୍ନ ସ୍ଥାନରେ ସେବା ଯୋଗାଇବ। ଏହି ବାଇକର ସାଇଡରେ କାର ଲଗାଯାଇଛି, ଫଳରେ ରୋଗୀଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲ ଅଣାଯାଇପାରିବ।

hero2

ସରୁ ଗଳି ଓ ମାଟି ରାସ୍ତାରେ ଏହି ବାଇକ ସହଜରେ ଚଳପ୍ରଚଳ କରିପାରିବ। ଏହି ଆମ୍ବୁଲାନ୍ସରେ ହିରୋ ଏକ୍ସଟ୍ରିମ ୨୦୦r ବ୍ୟବହାର ହୋଇଛି, ଯାହା BS6 ନିୟମ ଅନ୍ତର୍ଗତ। ଏଥିରେ ଏୟାର କୁଲଡ ଟେକ୍ନୋଲୋଜି ବ୍ୟବହାର କରି ଲେସ ୧୯୯.୬ ଇଞ୍ଜିନ ଲଗାଯାଇଛି। ଏହି ଟୁ-ହ୍ବିଲର ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର, ଫାଷ୍ଟ ଏଡ କିଟ, ଫାୟାର ଏକ୍ସଟିଂଗିସର ରହିଛି।

hero

ସୂଚନାଯୋଗ୍ୟ ଯେ କରୋନା ମୁକାବିଲା ପାଇଁ ହିରୋ ଗ୍ରୁପ ୧୦୦ କୋଟି ଟଙ୍କା ଦାନ କରିବାକୁ ପ୍ରତିଶ୍ରୁତି ଦେଇଛି। ସେଥିରୁ ୫୦ କୋଟି ପିଏମ୍ କେୟାର୍ସ ଫଣ୍ଡକୁ ଦିଆଯିବ ଓ ବାକି ୫୦ କୋଟିର ଟୁ-ହ୍ବିଲର ଆମ୍ବୁଲାନ୍ସ, ମାସ୍କ, ସାନିଟାଇଜର, ଗ୍ଲୋବସ ଓ ୧୦୦ ଭେଣ୍ଟିଲେଟର ଦିଆଯିବ। ଏଥିସହ ୧୫ ହଜାର ଦିନ ମଜୁରିଆଙ୍କୁ ଖାଦ୍ୟ ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଛି ହିରୋ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.