Hero ଲଞ୍ଚ୍‌ କଲା ଗ୍ଲାମରର ବ୍ଲେଜ୍‌ ଏଡିସନ୍‌, ଦାମ୍‌ ରହିଛି ମାତ୍ର ୭୨,୦୦୦ ଟଙ୍କା

ହିରୋ ମୋଟରକର୍ପ ଭାରତରେ ଲଞ୍ଚ୍‌ କରିଛି ଗ୍ଲାମରର ବ୍ଲେଜ୍‌ ଏଡିସନ୍‌। ଏହାର ଦାମ୍‌ ରହିଛି ୭୨,୦୦୦(ଏକ୍ସ ଶୋ’ରୁମ୍‌) ଟଙ୍କା। ହିରୋ ତରଫରୁ କୁହାଯାଇଛି ଯେ ଏହି ଗ୍ଲାମର ବ୍ଲେଜ ଏଡିସନ୍‌ରେ ଗ୍ରାହକଙ୍କୁ ଷ୍ଟାଇଲ, ପରଫର୍ମାନ୍ସ ଓ କମ୍‌ଫର୍ଟ ମିଳିବ। ଏହାକୁ ନୂଆ ରଙ୍ଗ ବର୍ଣ୍ଣିୟର ଗ୍ରେରେ କିଣିପାରିବେ। ଏହି ବାଇକର ଖାସ୍‌ କଥା ହେଉଛି ଏହି ୧୨୫ ସିସିର ବାଇକର ହ୍ୟାଣ୍ଡେଲରେ କମ୍ପାନୀ ୟୁଏସ୍‌ବି ଚାର୍ଜର ଦେଇଛି।

hero2

ହିରୋ ଗ୍ଲାମର ବ୍ଲେଜ୍‌ ଏଡିସନ୍‌ରେ ବିଏସ୍‌୬ ଅନୁସରିତ ୧୨୫ ସିସିର ଇଞ୍ଜିନ୍‌ ଦିଆଯାଇଛି। ଏହାକୁ ପ୍ରୋଗ୍ରାମଡ ଫ୍ୟୁଏଲ ଇଞ୍ଜେକସନ୍‌ ଟେକ୍‌ନିକ୍‌ ସହ ଯୋଡ଼ା ଯାଇଛି। ଏହି ଇଞ୍ଜିନ୍‌ ୭୫୦୦ ଆରପିଏମ୍‌ରେ ୧୦.୭ ବିଏଚ୍‌ପିର ପାଓ୍ଵାର ଓ ୧୦.୬ ନ୍ୟୁଟନ୍‌ ମିଟରର ଟର୍କ ଜେନେରେଟ୍‌ କରିଥାଏ। ଏହି ବାଇକରେ କମ୍ପାନୀ i3s ଆଇଟଲ ଷ୍ଟାର୍ଟଅପ୍‌ ସିଷ୍ଟମ୍‌ ବି ଲଗାଇଛି। ଏଥିରେ ସାଇଡ୍‌ ଷ୍ଟାଣ୍ଡ ଇଣ୍ଡିକେଟର ବି ଦିଆଯାଇଛି।

ସୁରକ୍ଷା ଦୃଷ୍ଟିରୁ ବାଇକ୍‌ର ଆଗ ଚକରେ ୨୪୦mmର ଡିସ୍କ ବ୍ରେକ୍‌ ଲଗାଯାଇଛି। ବାଇକ୍‌ର ଗ୍ରାଉଣ୍ଡ କ୍ଲିଅରେନ୍ସକୁ ୧୮୦mm ରଖାଯାଇଛି। ଏହାକୁ ଆକର୍ଷକ କରିବା ପାଇଁ ବାଇକରେ ଫଙ୍କ-ଲାଇମ୍‌ ୟେଲୋ ଗ୍ରାଫିକ୍ସ ଦିଆଯାଇଛି। ହିରୋ ଗ୍ଲାମର ବ୍ଲେଜ୍‌ ଏଡିସନ୍‌ର ଡେଲିଭରି ଖୁବ୍‌ଶୀଘ୍ର ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.